ଗୁଣ୍ଡିଚା ମନ୍ଦିରରେ ଦର୍ଶନ ଦେଲେ ତିନି ଠାକୁର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରରେ ଚାଲିଥିବା ପବିତ୍ର ରଥଯାତ୍ରା ଶାନ୍ତିପୂର୍ଣ୍ଣ ଭାବେ ପାଳିତ ହେଉଛି । ବୁଧବାର ଦିନ ଗୁଣ୍ଡିଚା ମନ୍ଦିରରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରା ମତ୍ସ୍ୟ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ତିନି ଠାକୁରଙ୍କୁ ଭକ୍ତମାନେ ଶାନ୍ତିପୂର୍ଣ୍ଣ ଭାବେ ଦର୍ଶନ କରିବା ସହ ଦୀପ ଦାନ କରି ଆବେଗ ଜଣାଉଛନ୍ତି । ଗତକାଲି ଦିବା ୧୦ ଘଣ୍ଟିକାରେ ପହଣ୍ଡି ବିଜେ କରାଯାଇଥିଲା ଏବଂ ଅପରାହ୍ନ ସାଢେ ତିନିଟାରେ ରଥଟଣା ଆରମ୍ଭ ହୋଇଥିଲା । ଶାନ୍ତି ଶୃଙ୍ଖଳାର ସହ ରଥଟଣା କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ବଡ଼ ବଜାର ଜଗନ୍ନାଥ ମନ୍ଦିର ପକ୍ଷରୁ ଆୟୋଜିତ ଏହି ରଥଯାତ୍ରାକୁ ପରିଚାଳନା କମିଟି ମୁଖ୍ୟ କାଙ୍ଗା ପଲାଇ, ପୂଜକ ଦିପୁ ପଣ୍ଡା, ସେବାୟତ କାଳିଆ ଶତପଥୀ, ପ୍ରଭାକର ପାଣିଗ୍ରାହୀ, ଅରୁଣ ପଣ୍ଡା, ପପୁ ପଣ୍ଡା, ଆଶିଷ ପଣ୍ଡା, କାହ୍ନା ପାଣିଗ୍ରାହୀ ପ୍ରମୁଖ ପରିଚାଳନା କରିଥିଲେ । ରଥ ଉପରେ ଥିଲେ ଭକ୍ତମାନଙ୍କର ଗହଳିରେ ତହସିଲଦାର ଅରୁଣ କୁମାର ନାୟକଙ୍କ ସହ ଗଞ୍ଜାମ ଥାନା ଅଧିକାରୀ ସନ୍ତୋଷ କୁମାର ବେହେରା ଓ ପୋଲିସ ପ୍ରଶାସନ ।

jittmm
Leave A Reply

Your email address will not be published.