ମଦନପୁରଠାରେ ଭକ୍ତଙ୍କ ଭିଡରେ ପାଳିତ ହେଲା ରଥଯାତ୍ରା

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ମଦନପୁରଠାରେ ବହୁ ଭକ୍ତଙ୍କ ଭିଡର କୀର୍ତ୍ତନ ମଣ୍ଡଳୀ ବାଜାର ତାଳେ ତାଳେ ପାଳିତ ହୋଇଯାଇଛି । ଭକ୍ତମାନେ ରଥରେ ଅତି ନିକଟରୁ କାଳିଆ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦେଖି ବେଶ ଖୁସୀ ଅନୁଭବ କରିଥିଲେ । ଏଥିରେ ପୂଜକ ଅନିରୁଦ୍ଧ ପାଢ଼ୀ ଓ କାଳୀ ପ୍ରସାଦପାଢ଼ୀ, ପହଣ୍ଡି ବିଜେ ଛେରା ପ୍ରହରା ପାଇଁ ରାମ ରାଜ ପରିବାର ବୁଧେନ୍ଦ୍ର ପ୍ରତାପ ସିଙ୍ଗଦେଓ, ପୃଥ୍ୱୀରାଜ ସିଙ୍ଗଦେଓ ଓ ତ୍ରିଲୋଚନ ଦାସ ସେବାୟତ ରୂପେ ସୂର୍ଯ୍ୟମଣି ପଣ୍ଡା, ଅଜିତ ଦାସ, କ୍ଷେତ୍ରମଣି ସିଙ୍ଗ, ଶଶିକାନ୍ତ ଚୀନ୍ଦା, ଦେବାଶିଷ ମିଶ୍ର, ନୀଳାଚଳ ସିଂ, ମନୁ ଦିହାରି, ବିଶ୍ଵାମିତ୍ର ସେଲମା ଓ ଗେଥଲ ରଣା ପ୍ରମୁଖ ସହଯୋଗ କରିଥିଲେ । ସେହିଭଳି ମ.ରାମପୁର, କଢେଲ, ବାଲିଗୁଡା, ଗୋଛାଡେଙ୍ଗେନ, ମୋହନଗିରିଠାରେ ମଧ୍ୟ ରଥଯାତ୍ରା ପାଳିତ ହୋଇଯାଇଛି ।

Leave A Reply

Your email address will not be published.