oom

ପବିତ୍ର ଶ୍ରୀଗୁଣ୍ଡିଚାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ୱତନ୍ତ୍ର ତୁଳସୀ ବେଶ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଗାଁଠାରେ ପବିତ୍ର ଶ୍ରୀଗୁଣ୍ଡିଚା ଅବସରରେ ପୀଠସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀମନ୍ଦିର ନୀତି ଅନୁସାରେ ଶ୍ରୀଗୁଣ୍ଡିଚାର ବିଶେଷ କାର୍ଯ୍ୟକ୍ରମ ମହାସମାରୋହରେ ପାଳିତ ହୋଇଅଛି । ମୁଖ୍ୟ ପୂଜକ ଲକ୍ଷ୍ମୀଧର ପାଢୀ଼, ସହାୟକ ପୂଜକ ଲକ୍ଷ୍ମୀଧର ଦୀକ୍ଷିତଙ୍କ ଦ୍ୱାରା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଘଂଟ, ଘଂଟା, କାହାଳୀ ଓ ନାମ ସଂକୀର୍ତନ ମଧ୍ୟରେ ଏକ ସ୍ୱତନ୍ତ୍ର ବିମାନକୁ ପହଣ୍ଡି କରି ନିଆଯାଇଥିଲା । ପରେ ବିଭିନ୍ନ ଫୁଲ ଓ ତୁଳସୀରେ ମହାପ୍ରଭୁଙ୍କ ବେଶ କରାଯାଇଥିଲା । ନିକଟବର୍ତ୍ତୀ ଅଂଚଳରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦେଇ ପ୍ରଭୁଙ୍କ ମଙ୍ଗଳ ଆଳତୀ, ମଧ୍ୟାହ୍ନ ଧୂପ ପରେ ପ୍ରସାଦ ସେବନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ସଂପାଦକ ଡ଼.ଘନଶ୍ୟାମ ସ୍ୱାଇଁ, ବରିଷ୍ଠ ଟ୍ରଷ୍ଟି ଅର୍ଜ୍ଜୁନ ଚରଣ ସାମଲ, ସାଂସ୍କୃତିକ ସଂପାଦକ ଆଇନଜୀବୀ ସରୋଜ କୁମାର ସାହୁ, ଆଂଚଳିକ କମିଟି ସଦସ୍ୟ ଚିତରଂଜନ ସେନାପତି, ସ୍ୱଂୟପ୍ରକାଶ ପରିଡ଼ା, ପବିତ୍ର କୁମାର ମଲ୍ଲିକ, ଅକ୍ଷୟ କୁମାର ବେହେରା, ବଟକୃଷ୍ଣ ବିଶ୍ୱାଳ, ଲକ୍ଷ୍ମୀଧର ସାହୁ, ପ୍ରଫୁଲ ବିଶ୍ୱାଳ ପ୍ରଭୃତି ପରିଚାଳନା କରିଥିଲେ । ଅପରାହ୍ନରେ ଭକ୍ତ ଦାସିଆ ସଂକୀର୍ତନ ମଣ୍ଡଳୀ ଦ୍ୱାରା ନାମ ସଂକୀର୍ତନ କରାଯାଇ ଠାକୁରଙ୍କୁ ରତ୍ନ ସିଂହାସନରେ ବିରାଜିତ କରାଯାଇଥିଲା ।

jittmm
Leave A Reply

Your email address will not be published.