csstore

କୃଷକ ମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ ବାବୁଭାଇ ଜେବାଲିଆଙ୍କୁ ସ୍ଵାଗତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ମୋଦୀ ସରକାରଙ୍କ ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନ ଓ ୩୦ ମଇରୁ ୩୦ ଜୁନ୍ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତେ ଆସିଥିବା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କିଷାନ ମୋର୍ଚ୍ଚାର ବାବୁଭାଇ ଜେବାଲିଆ, କୃଷକ ମୋର୍ଚ୍ଚାର ଉପସଭାପତି ସାରଙ୍ଗ ମଙ୍ଗରାଜ, କୃଷକ ମୋର୍ଚ୍ଚା କୋଷାଧ୍ୟକ୍ଷ ବିଶି କେଶନ ସ୍ୱାଇଁଙ୍କୁ ମାଣ୍ଡୋସିଲ ମଣ୍ଡଳ ବିଜେପି ତରଫରୁ ମାଣ୍ଡୋସିଲଠାରେ ସ୍ୱାଗତ କରାଯାଇଛି । ସ୍ୱାଗତ ସମାରୋହରେ ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ମାଣ୍ଡୋସିଲ ମଣ୍ଡଳ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ତ୍ରିପୁରା ବରିହା, ସରପଞ୍ଚ ଓମ୍ ପ୍ରକାଶ ନାୟକ, ଏସ୍‌ସି ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ଲଲିତ ଜଗତଙ୍କ ସମେତ ମଣ୍ଡଳର ବରିଷ୍ଠ କୁଳମଣି ବେହେରା, ହେମନ୍ତ ବିଶ୍ୱାଳ, ଦୟାନିଧି ସାହୁ, ମଙ୍ଗନ ବରିହା, ଦୁଲ୍ଲପ ହରିପାଳ ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.