oom

ବିଜୁ ଯୁବ ଛାତ୍ର ଜନତା ଦଳର ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ଯୁବ ଓ ଛାତ୍ର ଜନତା ଦଳକୁ ଆହୁରି ସଂଗଠିତ ଓ ସୁଦୃଢ କରିବା ପାଇଁ ବିଜୁ ଯୁବ ଛାତ୍ର ଜନତା ଦଳ ଆଗଲପୁର ବ୍ଲକ ତରଫରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗଲପୁର ବ୍ଲକ ଯୁବ ସଭାପତି ନାରାୟଣ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଂଜନ ବେହେରା ଯୋଗ ଦେଇଥିବା ବେଳେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ଦାସ, ବ୍ଲକ ସଭାପତି ପଞ୍ଚୁ ପଧାନ, ଜିଲ୍ଲା ଛାତ୍ର ସଭାପତି ସୁମନ ନନ୍ଦ, ପୁଇଁତଲା ବ୍ଲକ ଯୁବ ଓ ଛାତ୍ର ସଭାପତି ସୁଧୀର ଶ୍ରୀପତି ପଧାନ, ଲୋଇସିଂହା ବ୍ଲକ ଛାତ୍ର ସଭାପତି ଫିରୋଜ ସାଥୁଆ, ବିଜୟ ଦାସ, ଜୟନ୍ତ ବେହେରା ପ୍ରମୁଖ ଯୋଗଦେଇ ବିଜେଡି ଦଳ ପାଇଁ ଯୁବ ଓ ଛାତ୍ରମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ । ଏଥିସହିତ ଆଗାମୀ ଦିନରେ ଯୁବ ଛାତ୍ର ସଂଗଠନକୁ ଅଧିକ ମଜବୁତ କରାଯାଇ ଅଧିକରୁ ଅଧିକ ଯୁବକ ଓ ଛାତ୍ରଙ୍କୁ ଦଳରେ ସାମିଲ କରାଯାଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଗୁଡିକ ବାବଦରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଦିଗରେ କାମ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା । ବୈଠକରେ ଆଗଲପୁର ବ୍ଲକ ଯୁବ ଓ ଛାତ୍ର ଜନତା ଦଳର ସମସ୍ତ କର୍ମକର୍ତ୍ତା ଓ ବ୍ଲକର ୨୦ଟି ଯାକ ପଂଚାୟତରୁ ଯୁବକମାନେ ଯୋଗ ଦେଇଥିଲେ । ଏହି ଅବସରରେ ବିଜେଡିର ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ବାବୁ ଫାସଡ଼ ପଂଚାୟତର ସମିତି ସଭ୍ୟା ଯଶୋବନ୍ତୀ ଦଳେଇ କଂଗ୍ରେସ ଦଳ ପରିତ୍ୟାଗ କରି ବିଜେଡିରେ ଯୋଗ ଦେଇଥିଲେ । ଶେଷରେ ଛାତ୍ର ସଭାପତି ଆନନ୍ଦ ନନ୍ଦ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବୁଦ୍ଧଦେବ ସାହୁ, ସଂଯୋଗ ସାହୁ, ନିତ୍ୟାନନ୍ଦ ସାହୁ, ହେମାକାନ୍ତ ସାହୁ, ବିକାଶ ସାହୁ ପ୍ରମୁଖ ସହାୟତା କରିଥିଲେ ।

jittmm
Leave A Reply

Your email address will not be published.