ଟ୍ରାକ୍ଟର ଚାପାରେ ନାବାଳକ ଡ୍ରାଇଭର ମୃତ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ଅଗଲାପାଲି ଗ୍ରାମରେ ଶନିବାର ସକାଳେ ଏକ ଟ୍ରାକ୍ଟର ଦୁର୍ଘଟଣାରେ ଜନୈକ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ନାବାଳକ ଜଣକ ହେଲେ ଅଗଲାପାଲି ଗ୍ରାମର ସୁଜିତ ଦାସ(୧୫) । କୌଣସି କାମରେ ସୁଜିତ ଟ୍ରାକ୍ଟର ଚଳାଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ଫଳରେ ସେ ଟ୍ରାକ୍ଟର ଇଞ୍ଜିନ ତଳେ ଚାପି ହୋଇ ରହି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଥିଲେ ହେଁ ଘଟଣାସ୍ଥଳରେ ସୁଜିତଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଲୋଇସିଂହା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇବା ସହିତ ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟରକୁ ଥାନାକୁ ଆଣିଥିବା ଜଣାପଡ଼ିଛି । ତେବେ କିଭଳି ବିନା ଲାଇସେନ୍ସରେ ଜଣେ ନାବାଳକଙ୍କୁ ଟ୍ରାକ୍ଟର ଚଳାଇବା ପାଇଁ ଅନୁମତି ଦିଆଯାଇଥିଲା, ତାହା ତଦନ୍ତ ସାପେକ୍ଷ ବୋଲି ଚର୍ଚ୍ଚା ହେଉଛି । ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ଜଣାଯାଇଛି ।

Leave A Reply

Your email address will not be published.

error: Content is protected !!