oom

ଧୁମ୍‌ଧାମ୍‌ରେ ପାଳିତ ହେଲା ରଜପର୍ବ

jsmm

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଅଞ୍ଚଳରେ ଧୁମ୍‌ଧାମ୍‌ରେ ପାଳିତ ହେଲା ରଜ । ରଜ ପର୍ବ ଓଡ଼ିଶାର ଅନେକ ପର୍ବ ମଧରୁ ଏକ ନିଆରା ଓ ଅନ୍ୟତମ ପର୍ବ । ଏହି ପର୍ବରେ ବିଶେଷ କରି କୁଆଁରୀ ଝିଅମାନେ ସକାଳୁ ଉଠି ସଜବାଜ ହୋଇ ନୂଆ କପଡ଼ା ପରିଧାନ କରି ପିଠା ପଣା ଓ ତା’ସାଙ୍ଗକୁ ମିଠା ପାନ ଖାଇ ଓ ରଜ ଦୋଳିରେ ଖେଳି ତିନିଦିନ ଧରି ଖୁବ୍ ଆନନ୍ଦ ଉଠାଇଥାନ୍ତି । ଗତ ତିନି ଦିନ ଧରି ଝିଅମାନେ କୌଣସି କାମ ନ କରି ନାଚ ଗୀତରେ ରଜପର୍ବକୁ ଆନନ୍ଦର ସହ ପାଳନ କରିଥାନ୍ତି । ଦେଓଗାଁ ବ୍ଲକର ବିଭିନ୍ନ ଗାଁରେ ଏହି ରଜ ପର୍ବ ଅନୁଷ୍ଠିତ ହୋଇଯାଇଛି । ଝିଅମାନଙ୍କ ଦ୍ଵାରା ଅନେକ ପ୍ରତିଯୋଗିତାମୂଳକ ଖେଳ ଯେପରି ଲୁଡୁଖେଳ, କବାଡି ଖେଳ, ପୁଚି ଖେଳ ସହ ବହୁତ ମନୋରଞ୍ଜନ କାର୍ଯ୍ୟକ୍ରମ ରଜରେ ଦେଖିବାକୁ ମିଳିଥିଲା । ଦେଷଣ୍ଢ ଗାଁରେ ଅନୁଷ୍ଠିତ ରଜ ପର୍ବରେ ଅସୀମା ଧରୁଆ, ରେଶମା ମେହେର, ସରିତା ମେହେର, ମମତା ମେହେର, ରୋସ୍ନି ବକୁଳ, ସ୍ନେହା ମେହେର, ନେହା ମେହେର, ରୀମା ପଶାୟତ, ରିତା ପଶାୟତ, ଜ୍ୟୋତ୍ସ୍ନା କାଳସାଏ, ଅଞ୍ଜଲା ବଗର୍ତ୍ତି, ସୁଷମା ଧରୁଆ, ଶ୍ରୀ ମେହେର, ପୁଷ୍ପା ତାଣ୍ଡି, ଅଙ୍କିତା ତାଣ୍ଡି ପ୍ରମୁଖ ରଜ ପର୍ବରେ ସାମିଲ ହୋଇଥିଲେ । ସେହିପରି ଦେଓଗାଁ କଛାରପାଲିର କନ୍ଧପାଲି ସହ ବହୁ ଅଞ୍ଚଳରେ ରଜ ପର୍ବ ଝିଅ ପିଲାମାନେ ମହାଆଡ଼ମ୍ବରରେ ପାଳନ କରିଛନ୍ତି ।

jittmm
Leave A Reply

Your email address will not be published.