ସରପଞ୍ଚ ଓ ସମିତି ସଭ୍ୟ ସଙ୍ଘର ପ୍ରଶାସନ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବରପାଲି ବ୍ଲକ ପରିସର ମଧ୍ୟରେ ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦମାନେ ଆଜି ମାସିକିଆ ପଂଚାୟତ ସମିତି ବୈଠକକୁ ବର୍ଜନ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ମା’ ଓ ଭଉଣୀ ମାନେ ପ୍ରତିନିଧିତ୍ୱ କରୁଥିବା ବେଳେ ମା’ଙ୍କୁ ସମ୍ମାନ ଦିଆଯାଉଥିବା ନାରା ବରପାଲି ବ୍ଲକରେ ଫେଲ ମାରିଛି ସେମାନଙ୍କ ରହିବା ପାଇଁ କୌଣସି ସୁବିଧା ନାହିଁ ଏବଂ ବରପାଲି ବ୍ଲକକୁ ଆସୁଥିବା ସରକାରୀ ଯୋଜନାରେ ବ୍ୟାପକ ଅନିମିୟତା ଚାଲିଥିବା ଅଭିଯୋଗ ଆଣିଛନ୍ତି । ଏପରିକି କୌଣସି କାର୍ଯ୍ୟ ବିଷୟରେ ସୂଚନା ନ ଦେଇ ଦଲାଲଗିରି ଚାଲିଥିବା କଥା ଉଲ୍ଲେଖ କରିଛନ୍ତି । ସରପଞ୍ଚ ସଙ୍ଘର ସଭାପତି ଅଧିକାରୀ ବାରିକ, ସମ୍ପାଦକ ବିନୟ ଗଡତିଆ ପ୍ରମୁଖ ବିକ୍ଷୋଭରେ ସାମିଲ ହୋଇଥିବା ବେଳେ ସମିତିମାନଙ୍କ ମଧ୍ୟରେ ଗଙ୍ଗା ବାଗ, ରେଣୁକା ଭଇନା ଓ ଜାନକୀ ପଧାନ ପ୍ରମୁଖ ସାମିଲ ହୋଇଥିଲେ । ଏ ସଂକ୍ରାନ୍ତରେ ବ୍ଲକ ଅଧ୍ୟକ୍ଷା ରୀନା ଥଇଥଙ୍କୁ ପଚାରିବାରୁ ସେମାନଙ୍କ ସହିତ ମୁଁ ମଧ୍ୟ ସାମିଲ ଅଛି ବୋଲି ଜଣାଇଛନ୍ତି ।

Leave A Reply

Your email address will not be published.