ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ବେଲପଡ଼ା ବ୍ଲକ କୁଦୋଭଟା ଗ୍ରାମ ନିବାସୀ ତଥା ସଇଁତଳା ବ୍ଲକ ଘୁନସର କଲେଜର ରାଜନୀତି ବିଜ୍ଞାନ ଅଧ୍ୟାପକ ମୋହନଚରଣ ବାଗ ଓ ସଇଁତଳା ଥାନାରେ ମହିଳା କନଷ୍ଟେବଲ ଭାବେ କାର୍ଯ୍ୟରତ ରେବତୀ ଭାଟିଙ୍କ ଦ୍ଵିତୀୟ ପୁଅ ଜୀବନାନନ୍ଦ ବାଗ (ବିଟୁ) ନିଟ୍ ପରୀକ୍ଷାରେ ସମୁଦାୟ ୬୦୬ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି । ସେ ଗତ ୨ ବର୍ଷ ହେବ ଭୁବନେଶ୍ୱର ସ୍ଥିତ ଯୁବୋଦୟ ଏଡ଼ଭାନ୍ସ ମେଡିକାଲ କୋଚିଂ ସେଣ୍ଟରରେ ନିଟ୍ ପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କର ସର୍ବ ଭାରତୀୟ ରେଙ୍କ ୨୫୭୫୫ ରହିଛି । ବିଟୁଙ୍କ ଜେଜେବାପା କୁ୍ଦୋଭଟାର ସ୍ୱର୍ଗତ ଗୌନ୍ତିଆ ଉପେନ୍ଦ୍ର ବାଗ ଏବଂ ଅଜା ଡୁଙ୍ଗୁରିପାଲି ନିବାସୀ ଅବସରପ୍ରାପ୍ତ ଶିକ୍ଷକ ଧନୁ ଭାଟି ଅଟନ୍ତି । ବିଟୁ ସଇଁତଲା ସରସ୍ୱତୀ ଶିଶୁ ମନ୍ଦିରରୁ ତାଙ୍କର ଶିକ୍ଷା ଆରମ୍ଭ କରିଥିଲେ । ଏହି ସଫଳତାରେ ସଇଁତଲା ଓ ବେଲପଡ଼ା ଅଞ୍ଚଳରେ ବେଶ ଉତ୍ସାହ ଉଦ୍ଦୀପନା ଦେଖାଦେଇଥିବା ବେଳେ ବିଟୁଙ୍କ ନିକଟକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।