ଟିଟିଲାଗଡ଼ ମାରୱାଡ଼ି ଯୁବାମଞ୍ଚ, ସେଣ୍ଟ୍ରାଲ ଶାଖା ଓ ପ୍ରଗତି ସେଣ୍ଟ୍ରାଲ ଶାଖା ତରଫରୁ ବିଶାଳ ରକ୍ତଦାନ ଶିବିର ଆୟୋଜିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଓଡିଶା ପ୍ରାନ୍ତୀୟ ମାରୱାଡ଼ି ଯୁବାମଞ୍ଚର ୧୦୬ ଶାଖାର ମିଳିତ ଆନୁକୂଲ୍ୟରେ ଆଠ ଦିନ ବ୍ୟାପୀ ରାଜ୍ୟର ବିଭିନ୍ନ ସ୍ଥାନରେ ୨୫୦ରୁ ଅଧିକ କ୍ୟାମ୍ପ କରି ୧୧,୧୧୧ ୟୁନିଟ ରକ୍ତ ସଂଗ୍ରହ ଅଭିଜାନର ଚତୁର୍ଥ ଦିନରେ ଏକ ମେଗା ରକ୍ତଦାନ ଶିବିର ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରକୁ ପରିଚାଳନା କରିବାରେ ସଭାପତି ୟୁବା ରୋନକ ମାରୋଡ଼ିଆ, ଜଗଦୀଶ କମାନି, ଗୋପାଳ ଜୈନ, ସମ୍ପାଦକ ୟୁବା ପଲ୍ଲବୀ ଜୈନ, ରାଜେଶ ଶର୍ମା, ରାହୁଲ ଜୈନ, କନ ଭେନର ୟୁବା ଅର୍ଚ୍ଚନା ଅଗ୍ରୱାଲ, ଆନନ୍ଦ ଜୈନ, ଆରୁଶ ଶର୍ମାଙ୍କ ସମେତ ଏହି ଶାଖାର କର୍ମକର୍ତା ପ୍ରକାଶ ଅଗ୍ରୱାଲ, ପ୍ରେମ ଜୈନ, ନରେଶ ଅଗ୍ରୱାଲ, ଅଙ୍କୁର ଅଗ୍ରୱାଲ, ଶଶି ଜୈନ, ରିଙ୍କୁ ଅଗ୍ରୱାଲ, ବିକାଶ ବାଗଡି, ଡ ମୋହନ ଲାଲ ଜୈନ, ଦେବ ଶର୍ମା ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନାରୀ ନେତ୍ରୀ ଶ୍ରୀମତୀ ଅଞ୍ଜଳି ବେହେରା ଓ ଟିଟିଲାଗଡର ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ ମଧ୍ୟ ଆସି ଏହି ରକ୍ତଦାନ ଶିବିରରେ ଯୋଗ ଦେଇଥିଲେ । ଆଜିର ଏହି ଶିବିରରେ ମୋଟ ୨୧୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

jittmm
Leave A Reply

Your email address will not be published.