ଭୋଗରାଇ, (ଶିବନାରାୟଣ ପାତ୍ର) : ଚଳିତ ବର୍ଷ ଯୁକ୍ତ ଦୁଇ କଳା ପରୀକ୍ଷାରେ କମର୍ଦ୍ଦା କଲେଜ ଛକ ନିକଟସ୍ଥ ଗଢ଼ି ଉଠିଥିବା ଘରୋଇ କୋଚିଂ ସେଣ୍ଟର ୟୁନିକ ଏଜୁକେସନର ଶତପ୍ରତିଶତ ସଫଳତା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି । କମର୍ଦ୍ଦା ସୁରେନ୍ଦ୍ର ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫୧୮ ମାର୍କ ରଖି ଦ୍ୱିତୀୟ ସ୍ଥାନରେ ବିଶ୍ୱରୂପା ନାୟକ, ୫୧୫ ମାର୍କ ରଖି ସୋନାଲୀ ପାତ୍ର ତୃତୀୟ ସ୍ଥାନ ଏବଂ ୫୧୨ ମାର୍କ ରଖି ଗୋବିନ୍ଦ ଗିରି ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଏ ସମସ୍ତ ଛାତ୍ରଛାତ୍ରୀ ୟୁନିକ୍ ଏଜୁକେସନରେ ସ୍ୱତନ୍ତ୍ର ଭାବେ କୋଚିଂ ନେଉଥିଲେ । ଉକ୍ତ ସେଣ୍ଟରରେ ୭୦ ଜଣ ଛାତ୍ରଛାତ୍ରୀ କୋଚିଂ ନେଇ ପ୍ରଥମ ଶ୍ରେଣୀରେ ୩୨ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୧ ଜଣ ଏବଂ ତୃତୀୟ ଶ୍ରେଣୀରେ ୧୭ ଜଣ ଛାତ୍ରଛାତ୍ରୀ ପାଶ୍ ହେବା ସହ ୟୁନିକ ଏଜୁକେସନର ନାମକୁ ଉଜ୍ଜଳ କରିଛନ୍ତି । ଉପଦେଷ୍ଟା ମଳୟ କୁମାର ସୁର ପୁଷ୍ପଗୁଚ୍ଛ ପ୍ରଦାନ କରି ସଫଳତା ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ଉଜ୍ଜଳମୟ ହେବା ପାଇଁ କାମନା କରିଥିଲେ । ଛାତ୍ରଛାତ୍ରୀ ମାନଙ୍କ ଉତ୍ତମ ସଫଳତା ପାଇଁ ପ୍ରଶଂସା ସାଉଁଟୁଛି ୟୁନିକ ଏଜୁକେସନ ।