ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ : ସୋମବାର ନୀଳାଦ୍ରି ଭକ୍ତ ନିବାସ ସଭା ଗୃହରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । କମିଟିର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟସିଂହ ଦେବ ଏହି ବୈଠକରେ ସଭାପତିତ୍ୱ କରିବେ । ରଥ ଯାତ୍ରାରେ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ହେବା ନେଇ ଆଲୋଚନା ହେବ । ଏଥିସହ ଶ୍ରୀମନ୍ଦିର ବଜେଟ୍‌ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ । ଆବଶ୍ୟକତା ପଡ଼ିଲେ ଅପରାହ୍ନରେ ଦ୍ୱିତୀୟ ଅଧିବେସନ ଅନୁଷ୍ଠିତ ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.