ଦିଗପହଣ୍ଡି ବ୍ଲକ୍ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ଶେଷକୃତ୍ୟ ସମ୍ପନ୍ନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ୍ ଅଧ୍ୟକ୍ଷା ସୁନୀତା ସେଠୀଙ୍କ ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୭ବର୍ଷ ବୟସ ହୋଇଥିଲା । ସେ ଅତି କମ୍‌ ବୟସରେ ରାଜନୀତିକୁ ଆସି ବ୍ଲକ୍ ଅଧ୍ୟକ୍ଷା ପଦବୀରେ ଆସନ ଅଳଙ୍କୃତ ହୋଇ ଲୋକସେବାରେ ବେଶ ପ୍ରଶଂସିତ ହୋଇ ଚର୍ଚ୍ଚାକୁ ଆସିଥିଲେ । ପୂର୍ବରୁ ସେ କିଛିଦିନ ହୃଦ୍‌ ଯନ୍ତ୍ରଣା ଅନୁଭବ କରି ପୂର୍ବରୁ ସେ ବିଶାଖାପଟ୍ଟନମ୍‌ରେ ଚିକିତ୍ସିତ ହୋଇ ଭଲ ହୋଇ ଆସିଥିଲେ ବୋଲି କୁହାଯାଏ । ଗତ ରବିବାର ହଠାତ୍‌ ସେ ହୃଦଯନ୍ତ୍ରଣା ଅନୁଭବ କରିଥିଲେ । ସେଠାରୁ ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦିଗପହଣ୍ଡି ବ୍ଲକ୍ ଗୋକର୍ଣ୍ଣପୁର ଗ୍ରାମ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ବିପୁଳ ଭୋଟରେ ବିଜୟୀ ହୋଇଥିବା ସୁନୀତା ସେଠୀଙ୍କ ପରଲୋକ ଖବର ପାଇ ତାଙ୍କ ଗୋକର୍ଣ୍ଣପୁର ବାସଭବନକୁ ଅଗଣିତ ଲୋକଙ୍କ ସମାଗମ ହୋଇ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା । ରାଜନେତା, କର୍ମୀ, ବିଭିନ୍ନ ଦଳର ନେତା କର୍ମୀ ତାଙ୍କ ବାସଭବନରେ ଯୋଗଦେଇ ତାଙ୍କ ଶେଷ ଦର୍ଶନ କରିଥିଲେ । ରବିବାର ସନ୍ଧ୍ୟାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି । ତାଙ୍କ ମୃତ୍ୟୁରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.