ପଦ୍ମପୁର ବ୍ରାହ୍ମଣ ସମାଜ ଦ୍ୱାରା କୃତି ଛାତ୍ରୀ ସୁଶ୍ରୀ ସ୍ୱାଗତିକା ଶତପଥୀ ସମ୍ମାନିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ସ୍ଵର୍ଗତ ଗୌରୀଶଙ୍କର ତ୍ରିପାଠୀ ସ୍ମୃତି ସମ୍ମାନ ୨୦୨୩ ସ୍ଥାନୀୟ ଶାନ୍ତିନଗରର ଶିକ୍ଷକ ଭବନରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ପଦ୍ମପୁର କର୍ମକାଣ୍ଡୀୟ ସଭାର ସଭାପତି ପଣ୍ଡିତ କାହ୍ନୁଚରଣ ଦାଶ, ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ ଓ ପଣ୍ଡିତ ଭାସ୍କର ଦାଶ ବେଦମାତା ଗାୟତ୍ରୀ ଓ ଭଗବାନ ପରଶୁରାମଙ୍କୁ ପୂଜାର୍ଚ୍ଚନା ଓ ଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଭାପତି ଜୟ ନାରାୟଣ ତ୍ରିପାଠୀ, ମୁଖ୍ୟ ଅତିଥି ଶିକ୍ଷାବିଦ୍ ଲଷ୍ମୀ ନାରାୟଣ ଷଡଙ୍ଗୀ, ସଂପାଦକ ଚନ୍ଦ୍ରଶେଖର ପୁରୋହିତ ଓ ସଦାନନ୍ଦ ପୁରୋହିତ ସଭା ପରିଚାଳନା କରିଥିଲେ । ଏହି ଅବସରରେ ଶିକ୍ଷକ ବିଶିକେଶନ ଶତପଥୀ ଓ ମନ୍ଦାକିନୀ ଶତପଥୀଙ୍କ ସୁପୁତ୍ରୀ ସୁଶ୍ରୀ ସ୍ୱାଗତିକା ଶତପଥୀଙ୍କୁ ଏବର୍ଷ ଦଶମ ଶ୍ରେଣୀରେ ବ୍ରାହ୍ମଣ ଛାତ୍ର/ଛାତ୍ରୀଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ବର ରଖିଥିବାରୁ ବ୍ରାହ୍ମଣ ସମାଜ ପଦ୍ମପୁର ତରଫରୁ ସ୍ୱର୍ଗତ ଗୌରୀ ଶଙ୍କର ତ୍ରିପାଠୀ ସ୍ମୃତି ସମ୍ମାନ ୨୦୨୩ରେ ସମ୍ମାନିତ କରାଯାଇଥିଲା ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପ୍ରଧାନଙ୍କୁ ମଧ୍ୟ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି ସଭାରେ ଡ.ବାଞ୍ଛାନିଧି ପଣ୍ଡା, ରାମଚନ୍ଦ୍ର ତ୍ରିପାଠୀ, ଗାୟତ୍ରୀ ବାହିନୀର ଜିତେଶ୍ୱରୀ ଦାଶ, ଜ୍ୟୋତ୍ସାମୟୀ କର ଓ ପରଶୁରାମ ବାହିନୀର ସଭାପତି ଅମୀୟ ପୁରୋହିତ, ସୁଧାଂଶୁ ଶେଖର ତ୍ରିପାଠୀ, ଶାନ୍ତନୁ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ପରିଶେଷରେ ସତ୍ୟନାରାୟଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.