ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳର ମାସିକ ଅଧିବେଶନ ସ୍ଥାନୀୟ ମାଲପଡା ସ୍ଥିତ କାର୍ଯ୍ୟାଳୟଠାରେ ଓଡିଶା ପଶ୍ଚିମ ପ୍ରାନ୍ତ ଉପାଧ୍ୟକ୍ଷ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ପୂର୍ବତନ ରାଜ୍ୟ ସଂପାଦକ ଧର୍ମବ୍ରତ ରଥ ଶିକ୍ଷଣ ମଣ୍ଡଳର କାର୍ଯ୍ୟ ପଦ୍ଧତି ସଂପର୍କରେ ସୂଚନା ଦେଇଥିଲେ । ଓଡିଶା ପଶ୍ଚିମ ପ୍ରାନ୍ତ କୋଷ ପ୍ରମୁଖ ସତ୍ୟନାରାୟଣ ପ୍ରଧାନ ଶିକ୍ଷଣ ମଣ୍ଡଳର ସାଂଗଠନିକ ରୂପରେଖ ସଂପର୍କରେ ସୂଚନା ଦେଇଥିଲେ । ପରେ ସଭ୍ୟ ଡ. ଜ୍ୟୋତି ପ୍ରକାଶ ରଥ, ଗୋବିନ୍ଦ ମିଶ୍ର, ଡ. ରାଧାକାନ୍ତ ମିଶ୍ର, ପ୍ରଶନ୍ନ କୁମାର ମିଶ୍ର ପ୍ରମୁଖ ଶିକ୍ଷା ବିକାଶର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟତଃ ପରିବେଶ ସୁରକ୍ଷା, ନୂତନ ଶିକ୍ଷାନୀତି, ଛାତ୍ର ଶିକ୍ଷକଙ୍କ ସଂପର୍କରେ ଆଲୋଚନା ହୋଇଥିଲା । ସମାଜକୁ ସଂସ୍କାର ବାର୍ତ୍ତା ଦେବା ପୂର୍ବରୁ ନିଜକୁ ସଂସ୍କାରୀ ହୋଇ ଗୁରୁଜନମାନଙ୍କୁ ସମ୍ମାନ ଓ ସାନମାନଙ୍କୁ ସ୍ନେହ ଦେବା ସହିତ ଭାରତୀୟ ଅମର ଯୋଦ୍ଧାମାନଙ୍କ ଜୀବନୀ ପାଠ ନିମନ୍ତେ ଆବଶ୍ୟକ ବୋଲି ସଭାପତି ପ୍ରଫେସର ମିଶ୍ର ମତବ୍ୟକ୍ତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ କସ୍ତୁରୀ ରଥ ସଂଯୋଜନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁଧିଷ୍ଟିର ମିଶ୍ର, ଗୋପାଳ ପ୍ରଧାନ, ଛବିଲାଲ ବେହେରା, ଭକ୍ତମଣି ମିଶ୍ର, କୃଷ୍ଣଚନ୍ଦ୍ର ମହାକୁର, ଅଶୋକ ଚାନ୍ଦ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଦିବାକର ହୋତା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.