ପାଟଣାଗଡ, (ଅଶୋକ ବାଗ) : ରାଜ୍ୟସଭା ସାଂସଦଙ୍କର୍ ଗାଡ଼ି ଧକ୍କା ଥି ଝନେ ଯୁବକଙ୍କର୍ ମୃତ୍ୟୁ ଘଟ୍ନା ବେଲ୍କେ ଗାଡ଼ି ଥି ସାଂସଦଙ୍କର ଉପସ୍ଥିତି କେ ନେଇ କରି ଏଛିନ୍ ଘୋଟ୍ ଘୁମର୍ ଚର୍ଚ୍ଚା । ଗଲାକାଲି ତମିଆଁ ଗାଁର ପ୍ରତ୍ୟକ୍ଷଦର୍ଶୀ ପ୍ରମୋଦ ବେହେରାଙ୍କର୍ ଗୁଟେ ସାମ୍ମାଦିକ ସମ୍ମିଳନୀ ନେ ଖୁଲମ୍ଖୁଲା ଖୁଲାସା ଚର୍ଚ୍ଚା ଥି ଘି’ ଢାଲିଛେ । ପ୍ରତ୍ୟକ୍ଷଦର୍ଶୀ ପ୍ରମୋଦ ବେହେରାଙ୍କର୍ ସାଙ୍ଗେ ସମାଜସେବୀ ଡିଙ୍ଗର୍ କୁମ୍ଭାର ସାମ୍ମାଦିକ ସମ୍ମିଳନୀ ନେ ଉପସ୍ଥିତ ରହି ପ୍ରମାଣ ସାଙ୍ଗେ ମିଡ଼ିଆ ସାମ୍ନା ଥି ଘଟ୍ନା ଘଟ୍ଲା ସମିଆଁ ଥି ସାଂସଦ ନିରଂଜନ ବିଶି ଗାଡ଼ି ଥି ବସିଥିବାର୍ ରୋକ୍ଠୋକ୍ କହିଛନ୍ । ଦୁର୍ଘଟଣା ଉତ୍ରୁ ସାଂସଦଙ୍କର୍ ଗାଡି ସାଂଗେ ଡ୍ରାଇଭର୍ ଲରମ୍ଭା ଥାନା ଥି ଆତ୍ମସମର୍ପଣ କରିଥିଲେ । ରାଜ୍ୟସଭା ସାଂସଦ ଘଟଣା ସ୍ଥଳ ନୁ ସେ ବାଟେ ଗୁଟେ ବାଇକ୍ ଥି ପାଟଣାଗଡ଼ କେ ଯାଉଥିବାର୍ ଲରମ୍ଭା ଥାନା ତମିଆଁ ଗାଁର ପ୍ରମୋଦ ବେହେରାଙ୍କର୍ ସାଂଗେ ପଲେଇ ଆସିଥିଲେ । ପରେ ଦୁର୍ଘଟଣା ଘଟେଇଥିବାର୍ ଗାଡ଼ି ଥି ସେ ଉପସ୍ଥିତ ନେଇଁଥାଇ ବଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହି ବୁଲିଥିଲେ । ଏନ୍ତା କି ସାଂସଦ ଶ୍ରୀ ବିଶି ଟିଟିଲାଗଡ଼, ପାଟଣାଗଡ଼, ପଦ୍ମପୁର, ମୁରିବାହଲ ଓ ଖପ୍ରାଖୋଲ ଥି ସେ ଦୁର୍ଘଟଣା ବେଲ୍କେ ଉପସ୍ଥିତ ନେଇଥାଇ ବଲି ସଂଘର ସହାୟତା ନେଇ କରି ସାମ୍ବାଦିକ ସମ୍ମିଳନୀ ମାଧ୍ୟମ୍ ଥି ଲୋକ୍ କେ ଜନେଇଥିଲେ ବଲି ସାମ୍ମାଦିକ ସମ୍ମିଳନୀ ନେ କୁହାଯାଇଛେ । ନିଜର୍ ଗାଡ଼ି ଧକ୍କା ଥି ଝନେ ମରନ୍ ମୁର୍ଛନ୍ ହେଲା ବେଲ୍କେ ତାହାକେ ସଁକ୍ଲା ବେଟ୍ଲା କର୍ବାର୍ ଛାଡ଼ି ଝନେ ଜନନେତା କେନ୍ତା କରି ଘଟ୍ନା ସ୍ଥଲ୍ ଛାଡ଼ି କରି ପଲେଇ ଆଏଲେ ବଲି ସାମ୍ମାଦିକ ସମ୍ମିଳନୀ ନେ ପ୍ରଶ୍ନ ଉଠେଇଛନ୍ ସମାଜସେବୀ ଡିଙ୍ଗର୍ କୁମ୍ଭାର୍ ।