csstore

ନିଜ ଡ୍ରାଇଭରଙ୍କ ଅନ୍ତିମ ସତ୍କାର ବେଳେ କାନ୍ଧ ଦେଲେ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭୁବନେଶ୍ୱର କ୍ୟାପିଟାଲ ହସପିଟାଲରୁ ପଞ୍ଚନାମା ପରେ ରାତ୍ର ୧୧ଟା ସମୟରେ ଧନୁର୍ଯ୍ୟ ପାଣ୍ଡେଙ୍କ ମର ଶରୀର ନିଜ ଗ୍ରାମ ହୀରାପୁରକୁ ପହଞ୍ଚବା ବେଳେ ହଜାର ସଂଖ୍ୟାରେ ଜନସାଧାରଣ ତାଙ୍କର ଶେଷ ଦର୍ଶନ କରିବା ପରେ ଝାରବନ୍ଧ ରାସ୍ତାରେ ଥିବା ତାଙ୍କ ନିଜ ଜମି ଉପରେ ଅନ୍ତିମ ସତ୍କାର କରାଯାଇଛି । ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ମର ଶରୀର ସହ ଭୁବନେଶ୍ୱରରୁ ଆସି ଅନ୍ତିମ ସତ୍କାର ବେଳେ ତାଙ୍କ ପରିବାର ବର୍ଗଙ୍କ ସହ ମିଶି ଧନୁର୍ଯ୍ୟ ପାଣ୍ଡେଙ୍କ ମର ଶରୀରକୁ ନିଜେ କାନ୍‌ନ୍ଧ ଦେଇ ଉଠାଇଥିଲେ । ଅନ୍ତିମ ସତ୍କାର ସମୟରେ ବୋଡାସମ୍ବର ଜମିଦାର ତଥା ଜିଲ୍ଲା ପରିଷଦ ସଦସ୍ୟ ସୁରେନ୍ଦ୍ର ପ୍ରତାପ ସିଂହ ବରିହା, ସାଂସଦ ପ୍ରତିନିଧି ବଳରାମ ସାହୁ, ଆଇନଜୀବୀ ରାଜକୁମାର ସାହୁ, ଡା. ଲମ୍ବୋଦର ପଣ୍ତା, କେନ୍ଦୁପତ୍ର ଶ୍ରମିକ ନେତା କୋକିଲ ସାହୁ, ବିଜେପି ମଣ୍ତଳ ସଭାପତି କୌଲାଶ ଦିଶ୍ରୀ, ଭୀଷ୍ମଦେବ ସାହୁ, ସଞ୍ଜୟ ବେହେରା, ଚିନ୍ତାମଣି ରାଉତ, ବିଜେପିର ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ଯୋଗେନ୍ଦ୍ର ଭୋଇ, ପୁରନ୍ଦର ସାହୁ, ବିଶ୍ୱମ୍ବର ପାତ୍ର, ପାରେଶ୍ୱର ପାତ୍ର, ଗନ୍ଧମାର୍ଦ୍ଦନ ଆନ୍ଦୋଳନ ନେତା ଦୁର୍ଯ୍ୟୋଧନ ପୁଟା, ସୁଶାନ୍ତ ନାଗ, ରୋସନ ପାଣିଗ୍ରାହୀ, ବିକି ଅଗ୍ରୱାଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.