ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଂପର୍କିତ ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକ ଖୁଟୁଣାପାଣି ସାଧନ କେନ୍ଦ୍ରସ୍ଥ ଖୁଟୁଣାପାଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ସାଧନ କେନ୍ଦ୍ର ସଂଯୋଜକ ଅନାଦି ବିଶିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଜାତୀୟ ଶିକ୍ଷାନୀତି ୨୦୨୦ର ଉଦ୍ଦେଶ୍ୟ ଅନୁସାରେ ୨୦୨୬ ମସିହା ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀ କେମିତି ପଢି ଲେଖି ତଥା ବୁଝି ପାରିବେ ଓ ସଂଖ୍ୟା ସମ୍ବନ୍ଧୀୟ ନ୍ୟୂନତମ ଜ୍ଞାନ ହାସଲ କରି ପାରିବେ ସେ ସଂପର୍କରେ ଆଲୋଚନା କରିଥିଲେ । ବ୍ୟାବହାରିକ ଜ୍ଞାନ ବା ପ୍ରୟୋଗ ମାଧ୍ୟମରେ ଅନେକ କିଛି ଛାତ୍ରଛାତ୍ରୀ ଶିଖି ପାରିବେ । ପିତାମାତା ତଥା ପରିବେଶ ଶିକ୍ଷଣରେ ବିଶେଷ ସହାୟକ ହୋଇ ପାରିବେ । ଏ କାର୍ଯ୍ୟକ୍ରମରେ ଖୁଟୁଣାପାଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲାଲଚନ ବଗର୍ତୀ, ବରାହମୁଣ୍ଡାର ପ୍ରଧାନ ଶିକ୍ଷକ ଜଗନ୍ନାଥ ହୋତା, ସହକାରୀ ଶିକ୍ଷୟତ୍ରୀ ଚମ୍ପାବତୀ ବାଗ, ସୁଦାମ ଭୋଇ, ଉପେନ୍ଦ୍ର ଧରୁଆ ତଥା ପରିଚାଳନା କମିଟିର ସଦସ୍ୟ/ସଦସ୍ୟା ଓ ଗ୍ରାମବାସୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.