oom

ଟିଟିଲାଗଡ଼ ବ୍ୟାଙ୍କ ଛକ ଗଣେଶ ମନ୍ଦିର ସମ୍ମୁଖରୁ ୩ ଲକ୍ଷ ଟଙ୍କା ଲୁଟ ଘଟଣାରେ ପୋଲିସକୁ ମିଳିଲା ସଫଳତା : ୧୯୪୭୫୦ ଟଙ୍କା ଉଦ୍ଧାର କରି ଫେରାଇଲେ ମାଲିକଙ୍କୁ

jsmm

ଟିଟିଲାଗଡ଼, (ସଂଜୟ କୁମାର ନେଏକ ) : ମେ ମାସ ୧୧ ତାରିଖ ସକାଳ ପ୍ରାୟ ସାଢେ ୮ଟାରୁ ୯ଟା ଭିତରେ ଟିଟିଲାଗଡ଼ ବ୍ୟାଙ୍କ ଛକଠାରେ ଥିବା ଗଣେଶ ମନ୍ଦିରକୁ ନ୍ୟୁ ମେଡିକାଲ ଷ୍ଟୋରର ମାଲିକ ନବନିତ ଜୈନ ଦର୍ଶନ କରି ଆସିଥିବା ସମୟରେ ଦୁଇ ଜଣ ଦୁବୃର୍ତ୍ତ ଆସି ସେ ଧରିଥିବା ଟଙ୍କା ବ୍ୟାଗ ଲୁଟି ନେଇ ଘଟଣାସ୍ଥଳରୁ ଫେରାର ମାରିଥିଲେ । ଏ ବିଷୟରେ ଟିଟିଲାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ ନବନିତ ଜୈନ । ଘଟଣାକୁ ଆଧାର କରି ଟିଟିଲାଗଡ ପୋଲିସ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଏକ ଟିମ୍‌ ଗଠନ କରି ତଦନ୍ତ ଆରମ୍ଭ କରିଥିଲେ । ଗଞ୍ଜାମ ଜିଲ୍ଲାର ଆସ୍କା ଅଞ୍ଚଳର କିଛି ସ୍ଥାନରେ ଚଢାଉ କରି ଘଟଣାରେ ସଂପୃକ୍ତ ଥିବା ଦୁବୃର୍ତ୍ତଙ୍କ ଘରେ ଚଢ଼ାଉ କରିଥିଲେ । ତେବେ ଅଭିଯୁକ୍ତ ଫେରାର ମାରିଥିବା ବେଳେ ପରିବାର ବର୍ଗଙ୍କ ଉପସ୍ଥିତିରେ ୧ ଲକ୍ଷ ୯୪ ହଜାର ୭୫୦ ଟଙ୍କା ଜବତ କରିଥିଲେ । ଏନେଇ ଆଜି ଅପରାହ୍ଣରେ ଟିଟିଲାଗଡ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବିଷୟରେ ସୂଚନା ଦେବା ସହ ଚୋରିର ଶିକାର ହୋଇଥିବା ନବନିତ ଜୈନଙ୍କୁ ଡ଼ାକି ଜବତ ହୋଇଥିବା ଟଙ୍କାକୁ ଫେରାଇ ଦେଇଥିଲେ ଟିଟିଲାଗଡ ଏସ୍‌ଡ଼ିପିଓ । ଏହି ଟଙ୍କା ଫେରି ପାଇବା ପରେ ନବନିତ ଓ ତାଙ୍କର ଭାଇ ଏସ୍‌ଡ଼ିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର, ଥାନାଧିକାରୀ ରଞ୍ଜନ କୁମାର ବରିହା ଏବଂ ତଦନ୍ତକାରୀ ପୋଲିସ ଟିମ୍‌ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିବା ବେଳେ ଚୋରଙ୍କୁ ଧରି ଉପଯୁକ୍ତ ଶାସ୍ତି ମିଳିଲେ ହେଲା ବୋଲି ଶ୍ରୀ ଜୈନ କହିଥିଲେ । ଏହି ସଫଳତା ପାଇବାରେ ଟିଟିଲାଗଡ ପୋଲିସର ଏସ୍‌ଆଇ ନରେନ୍ଦ୍ର ଛତ୍ର, ଏଏସ୍‌ଆଇ କାର୍ତ୍ତିକ ପ୍ରଧାନ, ଏ.ପି. ପଟେଲ, ଏଚ. ବେହେରା, ଏସ. ବିଶ୍ଵାଳ, ଏନ କୁମାର ସାମିଲ ଥିଲେ । ଟିଟିଲାଗଡ ପୋଲିସର ଏହି ସଫଳତା ହାସଲ କରିବା ପରେ ସହରର ବ୍ୟବସାୟୀ, ସାଧାରଣ ଜନତା ପୋଲିସ ପ୍ରଶାସନକୁ ସାଧୁବାଦ ଜ୍ଞାପନ କରିଛନ୍ତି ।

jittmm
Leave A Reply

Your email address will not be published.