pakka

ଛତ୍ରପୁର ବ୍ଳକ୍ କାର୍ଯ୍ୟାଳୟରେ ନିୟୋଜିତ କନିଷ୍ଠ ଯନ୍ତ୍ରୀଙ୍କ ଘରେ ତାଲାଭାଙ୍ଗି ଚୋରି ଅଭିଯୋଗ

bbehera
  • ଛତ୍ରପୁର ସହରରେ ଚୋର ଦଳ ସକ୍ରୀୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ ଛତ୍ରପୁର ଥାନା ଅଧୀନସ୍ଥ ୧୬ ନଂ ଜାତୀୟ ରାଜପଥ କଡ଼ (ବାଟ-ଛତ୍ରପୁର) ଜଗନ୍ନାଥ ବିହାର ଅଞ୍ଚଳରେ ବ୍ଲକ୍‌ର କନିଷ୍ଠ ଯନ୍ତ୍ରୀ ଜୟସେନ ବେହେରାଙ୍କ ଘରେ ତାଲା ଭାଙ୍ଗି ଦୁଇ ଜଣ ଦୁର୍ବୃତ୍ତ ଚୋରି କରିଥିବା ଛତ୍ରପୁର ଥାନାରେ ଅଭିଯୋଗ ହୋଇଛି । ଘର ମାଲିକଙ୍କ ସିସିଟିଭି ଫୁଟେଜକୁ ଆଧାର କରି କୁହାଯାଇଛି ଯେ, ଘରେ କେହି ନଥିବାର ସୁଯୋଗ ନେଇ ଦୁର୍ବୁତ୍ତ ଚୋରି କରିଛନ୍ତି । ଚୋରି କରିବା ସମୟର ସମସ୍ତ ଘଟଣାକ୍ରମ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଛି । ଦୁର୍ବୃତ୍ତମାନେ ଘରେ ପଶି ଘରର ସମସ୍ତ ଯାବତୀୟ ଜିନିଷପତ୍ର, ବିଭିନ୍ନ ଆସବାବପତ୍ର ଏବଂ ଆଉ କିଛି ଟଙ୍କା ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି ।

Leave A Reply

Your email address will not be published.

2 × 3 =