oom

ନୂତନ ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୌର କ୍ରମଚାରୀ ସଂଘ ପକ୍ଷରୁ ସ୍ୱାଗତ ସମର୍ଦ୍ଧନା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ବଲାଙ୍ଗିର ପୌର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୌର କର୍ମଚାରୀ ସଂଘ, ବଲାଙ୍ଗିର ତରଫରୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ସ୍ୱାଗତ ସମ୍ବର୍ଦ୍ଧନାରେ ପୌର କର୍ମଚାରୀ ସଂଘର ସଭାପତି ରତନ ମହାରଣା, ବରିଷ୍ଠ ଆଇନଜୀବୀ ତଥା ସମ୍ପାଦକ ଶ୍ୱେତ କୁମାର ତ୍ରିପାଠୀ, ଉପସଭାପତି ସଚ୍ଚିଦାନନ୍ଦ ମହାପାତ୍ର, ଉପଦେଷ୍ଟା ମଣ୍ଡଳୀର ଗୋଲକ ବିହାରୀ ସାହୁ, ସହସମ୍ପାଦକ ସରୋଜ କୁମାର ମହାରଣା, କୋଷାଧ୍ୟକ୍ଷ ସଞ୍ଜୟ କୁମାର ନାଗ, ସୁନିଲ ମିଶ୍ର, ପାର୍ଥ ମହାକୁର, ଜିତେନ୍ ମହାନନ୍ଦ, ସୁରେନ୍ଦ୍ର ମଛଖଣ୍ଡ, ଗୋପାଳ ବାଗ, ମଧୁସ୍ମିତା ରାନା ଓ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ । ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ ପୌର କର୍ମଚାରୀ ସଂଘ ତରଫରୁ ବଲାଙ୍ଗିରର ଉନ୍ନତି ପାଇଁ ପୂର୍ଣ୍ଣ ସହଯୋଗ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ତାଙ୍କର ସହମତି ପ୍ରକାଶ କରିଥିଲେ । ନିର୍ବାହୀ ଅଧିକାରୀ ସହମତି ପ୍ରକାଶ କରିଥିବାରୁ ସଂଘ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଥିଲା ।

jittmm
Leave A Reply

Your email address will not be published.