csstore

ଲୁଟେରାଙ୍କ କଳା କାରନାମା : ସୁନା ଦୋକନ ପଛପଟ କାନ୍ଥକୁ ଭାଙ୍ଗି ଲୁଟିନେଲେ ସୁନା, ରୂପା ଏବଂ ଟଙ୍କା, ସିସିଟିଭି କ୍ୟାମେରା ହାର୍ଡ ଡିସ୍କକୁ ବି ଛାଡିଲେନି

ଜଗତପୁର : ସୁନା ଦୁକାନର ପଛପଟ କାନ୍ଥ ଭାଙ୍ଗି ଲୁଟେରାମାନେ ବୋହିନେଲେ ସୁନା, ରୂପା ଏବଂ ଟଙ୍କା ବେଲି ଖବର ମିଳଛି । ଏପରିକି ସେମାନେ ସିସିଟିଭି କ୍ୟାମେରାକୁ ବି ଛାଡ଼ି ନାହାନ୍ତି । ଜଗତପୁରର ଆଇବି ରୋଡରେ ଥିବା ବାସନ୍ତୀ ଦୁର୍ଗା ଜୁଏଲର୍ସ ଦୋକନର ପଛପଟ କାନ୍ଥକୁ ବିଲମ୍ବିତ ରାତିରେ ଲୁଟେରାମାନେ ଭାଙ୍ଗି ଦେଇ ଦୋକାନରେ ଥିବା ୬୦ ହଜାର ନଗଦ ଟଙ୍କା, ୬୦ ଭରି ସୁନା ଏବଂ ୩୫ କେଜି ରୂପା ବୋହି ନେଇଥିବା ବେଳେ ଦୋକନରେ ଲାଗିଥିବା ସିସିଟିଭ କ୍ୟାମେରାକୁ ବି ଛାଡି ନଥିବା କୁହାଯାଇଛି । ସିସିଟିଭି କ୍ୟାମେରାର ହାର୍ଡ ଡିସ୍କ ନେଇ ଫେରାର୍‌ ମାରିଛନ୍ତି ଲୁଟେରା । ଘଟଣା ସ୍ଥଳରେ କମିଶନରେଟ୍‌ ପୁଲିସ୍‌ ପହଂଚି ଏକ ମାମଲା ରୁଜୁ କରିବା ସହ ତଦନ୍ତ କରୁଥିବା ଜଣାପଡିଛି ।

jayashree
Leave A Reply

Your email address will not be published.