ବଲାଙ୍ଗିର ପୌରପରିଷଦର ନୂତନ ଇଓ ଭାବେ ଯୋଗ ଦାନ କଲେ ବିଶ୍ୱମ୍ବର ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ଯୋଗ ଦାନ କରିଛନ୍ତି ବିଶ୍ୱମ୍ବର ମିଶ୍ର । ଯୋଗ ଦାନ କରି ଶ୍ରୀ ସହରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟପ୍ରତି ବିଶେଷ ଗୁରୁତ୍ୱ ଦେବି ବୋଲି କହିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ବଲାଙ୍ଗିର ପୌରପରିଷଦର ପୂର୍ବତନ ଇଓ ସାମ୍ମି ଜୟଶ୍ରୀ ରେଡ୍ଡିଙ୍କ ଅନ୍ୟତ୍ର ବଦଳି ହେବା ପରେ ତହସିଲଦାର ଡ. ପୁଷ୍ପାଜଂଳୀ ପଣ୍ଡାଙ୍କୁ ଇଓ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ତେବେ ଆଜି ନୂତନ ଇଓ ଶ୍ରୀ ମିଶ୍ର ଡ. ପୁଷ୍ପାଜଂଳୀ ପଣ୍ଡାଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.