oom

ଡୁମାଲ ସମାଜର ସାଙ୍ଗଠନିକ ସଭା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଅନ୍ତର୍ଗତ ଦଶପୁର ଗ୍ରାମଠାରେ ରବିବାର ଦିନ ଦଶପୁର କେନ୍ଦ୍ର ଡୁମାଲ ସମାଜ ସଭାପତି ବିଧୂଭୂଷଣ ଡାଙ୍ଗଙ୍କ ଅଧ୍ୟକ୍ଷତାରେ ଏକ ସାଙ୍ଗଠନିକ ସଭା ପ୍ରାୟ ୨୨ ଖଣ୍ଡ ଗ୍ରାମର ଡୁମାଲ ସମ୍ପ୍ରଦାୟର ଭାଇମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ସଭାରେ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା ଯେ, ଏକ ମାସ ମଧ୍ୟରେ ଡୁମାଲ ସମ୍ପ୍ରଦାୟର ସର୍ଭେ କରାଯାଇ ଡୁମାଲ ସମ୍ପ୍ରଦାୟର ଜନସଂଖ୍ୟା ଓ ଅନ୍ୟାନ୍ୟ ବିଷୟ ସବୁ ସଂଗ୍ରହ କରାଯିବ । ଏ ବିଷୟରେ ବିଷଦ ଭାବରେ ପଥର୍ଲା ଗ୍ରାମର ଟଙ୍କଧର ମେର୍ଲି, ଜଲଜଡ ଗ୍ରାମର ବଜରଙ୍ଗ ଅମାତ, କୁଣ୍ଡମାଳ ଗ୍ରାମର ସତ୍ୟବାଦୀ ପଧାନ ଏବଂ ଉତ୍ତର ବାହାଲ ଗ୍ରାମର ମୃତ୍ୟୁଞ୍ଜୟ ଅମାତ ଲୋକଙ୍କୁ ବୁଝାଇ ଥିଲେ । ସଭାରେ ବିଭିନ୍ନ ଗ୍ରାମର ସଭାପତି ବୃନ୍ଦ ଯଥା ଦଶପୁର ଗ୍ରାମରୁ ଅଚ୍ୟୁତାନନ୍ଦ ଡାଙ୍ଗ, ଅମାଠିମୁଣ୍ଡାରୁ ବ୍ୟାସଦେବ ଦେହୁରୀ, କୁଟେନପାଲିରୁ ରମେଶ ମହାକୁର, ବେହେରାପାଲିରୁ ସାହେବ ଭୁଏ, କୁଣ୍ଡମାଳରୁ ଶଶିଭୂଷଣ ପଧାନ, କରନପାଲିରୁ ପରାଶର ଖମାରି, କୁରେଭନାରୁ କୁଲମଣି କର୍ମୀ, ଗଡାରମୁଣ୍ଡା ପ୍ରେମାନନ୍ଦ ଡାଙ୍ଗ, ତେଣ୍ଡିପାଲିରୁ ଦୁର୍ଗା ମହାକୁର ଇତ୍ୟାଦି ଏବଂ ହାଣ୍ଡି ବର୍ଗୀ ମଧ୍ୟରେ ବେହେରାପାଲିରୁ କୌତୁକ ଡାଙ୍ଗ, କୁଟେନପାଲିରୁ ସାଧୁ ଗାଈଗରିଆ, ଛତାପିପଲରୁ ଅନିରୁଦ୍ଧ କଲତା, ଜଳଜଡରୁ ହୀରାଲାଲ ଅମାତ, ପଥର୍ଲାରୁ ଆଲ୍ଲାଦ ମେର୍ଲି, ମହିମୁଣ୍ଡାରୁ ବିରଞ୍ଚି ମେଶ୍ୱା, ଦଶପୁରରୁ ବିବାନ ଥାଟି, କୁଣ୍ଡମାଳରୁ କବିଚନ୍ଦ୍ର ଡାଙ୍ଗ, ଜଳଜଡରୁ ଗୋବିନ୍ଦ ଚନ୍ଦ୍ର ପଧାନ, କରନପାଲିରୁ ଇନ୍ଦ୍ର କରଣ, ପିତାମ୍ବର ମହାକୁର ଇତ୍ୟାଦି ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସଭା ଶେଷରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହେଲା ଯେ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲାରେ ଗଣତାନ୍ତ୍ରିକ ପଦ୍ଧତିରେ ଡୁମାଲ ସମାଜର ଜିଲ୍ଲା ସଭାପତି ନିର୍ବାଚିତ ନ ହୋଇଛି ସେ ପର୍ଯ୍ୟନ୍ତ ଦଶପୁର କେନ୍ଦ୍ର ଡୁମାଲ ପରିଷଦ ଓଡିଶା ଅଧୀନରେ ସିଧାସଳଖ କାର୍ଯ୍ୟ କରିବ । ସଭା ଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଗଲା ।

jittmm
Leave A Reply

Your email address will not be published.