oom

ବାହା ହେବା ପାଇଁ ମନା କଲା ପ୍ରେମିକା ବୋଲି ଜଲ୍ଲାଦ ପ୍ରେମିକ କଲା ଏମିତି ଉନ୍ମୁକ୍ତ କାଣ୍ଡ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ଆରମ୍ଭ ହେଲା ପ୍ରେମ, ତା’ପରେ କଥା ଗଲା ବିବାହ ଆଡ଼କୁ । କିନ୍ତୁ ପ୍ରେମିକା ପ୍ରେମିକର ଅତ୍ୟାଚାର ସହି ନପାରି ବାହା ହେବା ପାଇଁ ମନା କରିବାରୁ ପ୍ରେମିକର ମୁଣ୍ଡ ଗରମ ହୋଇଗଲା । ମଦ ପିଇ ପ୍ରେମିକା ରହୁଥିବା ଭଡାଘରକୁ ଆସି ନିଜ ପ୍ରେମିକାଙ୍କ ସହ ତାଙ୍କ ମା’ ଏବଂ ସାନ ଭାଇ ଉପରେ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ପୋଡି ଦେବାକୁ ଉଦ୍ୟମ କରି ଫେରାର ହେଉଥିବା ସମୟରେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ ଧରି ପୋଲିସକୁ ଜିମା ଦେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ମିଙ୍କି କଲେତ ଓ ସ୍ୱସ୍ତିକ ରମଣ ଦାସ ଉଭୟ ବରଗଡ଼ରେ ଥିବା ଏକ ମେଡିକାଲରେ କାମ କରୁଥିଲେ । କିଛି ଦିନ ପରେ ଦୁହିଁଙ୍କ ମଧ୍ୟରେ ଗଢି ଉଠିଥିଲା ପ୍ରେମ ସମ୍ପର୍କ, ତିନି ବର୍ଷ ଧରି ଦୁହିଁଙ୍କ ପ୍ରେମ ସମ୍ପର୍କ ଚାଲିଥିବା ବେଳେ ଗତ ଫେବୃଆରୀ ମାସରେ ମିଙ୍କି କଲେତଙ୍କୁ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ମାଲପଡା ଗ୍ରାମକୁ କମ୍ୟୁନିଟି ସ୍ୱାସ୍ଥ୍ୟ ଅଧିକାରିଣୀ ଭାବେ ପୋଷ୍ଟିଙ୍ଗ ହୋଇଥିଲା । ସେ ଲାଠୋର ରାଧାକୃଷ୍ଣ ମନ୍ଦିରପଡ଼ା (ସଡ଼କପଡ଼ା)ଠାରେ ଗୋଟିଏ ଘର ଭଡା ନେଇ ରହୁଥିଲେ । ମିଙ୍କି କଲେତଙ୍କ ଘର ବଲାଙ୍ଗିର କଲେଜ ଛକ ପାଖରେ ରହିଥିବା ବେଳେ ଅଭିଯୁକ୍ତ ସ୍ୱସ୍ତିକ ରମଣ ଦାସଙ୍କ ନିଜଘର ଢେଙ୍କାନାଳ କିନ୍ତୁ ସେ କଟକରେ ରହୁଥିବା ମିଙ୍କି ପ୍ରକାଶ କରିଛନ୍ତି । ଅଭିଯୁକ୍ତ ସ୍ୱସ୍ତିକ ମିଙ୍କିଙ୍କୁ ଟଙ୍କା ପାଇଁ ଏବଂ ବାହା ହେବା ପାଇଁ ବାରମ୍ବାର ନିର୍ଯ୍ୟାତନା ଦେଇ ଆସୁଥିବା କଥା ମିଙ୍କି କହିଛନ୍ତି । ଆଜି ଦିନ ଗୋଟାଏ ବେଳେ ନିଶାରେ ଚୁର୍‌ ହୋଇ ଅଭିଯୁକ୍ତ କିଛି ଜ୍ୱଳନଶୀଳ ପଦାର୍ଥ ସହ ମିଙ୍କି ରହୁଥିବା ଭଡା ଘରକୁ ପହଞ୍ଚି ଥିଲା । କବାଟ ଖୋଲିବା ପାଇଁ କହିଥିଲା କବାଟ ଖୋଲିଲା ପରେ ଘର ଭିତରେ ଥିବା ମିଙ୍କି ତାଙ୍କ ମା’ ସୂର୍ୟ୍ୟ କଲେତ ଏବଂ ଛୋଟ ଭାଇ ଇମ୍ରାନ କଲେତଙ୍କ ଉପରେ ଅଭିଯୁକ୍ତ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗେଇ ଦେଇଥିବା ମିଙ୍କି କହିଛନ୍ତି । ନିଆଁରୁ ବଞ୍ଚିବା ପାଇଁ ବାଥ୍‌ରୁମ୍‌ ଭିତରେ ପଶି ତିନି ଜଣ ନିଜର ଜୀବନ ବଞ୍ଚାଇ ଥିବା ବେଳେ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଖବର ପାଇ ଘଟଣା ସ୍ଥଳକୁ ଲାଠୋର ପୋଲିସ ପହଞ୍ଚି ଗୁରୁତର ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣିଥିଲେ । ଅନ୍ୟପଟେ ସ୍ଥାନୀୟ ଲୋକେ ଅଭିଯୁକ୍ତ ଫେରାର ମାରୁଥିବା ସମୟରେ ତାକୁ ଧରି ଉତ୍ତମ ମଧ୍ୟମ ଦେଇ ପୋଲିସରେ ଜିମା ଦେଇଥିବା ବେଳେ ଲାଠୋର ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା । ପରେ ଖପ୍ରାଖୋଲ ଡାକ୍ତରଖାନାକୁ ଆଣି ଅଭିଯୁକ୍ତକୁ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଗୁରୁତର ମିଙ୍କି ତାଙ୍କ ମା’ ଏବଂ ସାନ ଭାଇଙ୍କୁ ବଲାଙ୍ଗିର ଭୀମ ଭୋଇ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଘଟଣାକୁ ନେଇ ଲାଠୋର ଥାନା କେସ ନଂ ୬୩/୨୩ ରେ ଏକ ମାମଲା ପଞ୍ଜିକୃତ କରି ଘଟଣାର ଅଧିକ ତଦନ୍ତ କରୁଥିବା ଲାଠୋର ଥାନାଧିକାରୀ ଝସକେତନ ଭୋଇ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.