ଦଳିତଙ୍କୁ ନିଆଁ ପାଣି ବାସନ୍ଦ ଭଳି ଅଭିଯୋଗ ପହଂଚିଲା ବଲାଙ୍ଗିର ସଦର ଥାନାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗାଁରେ ଦଳିତଙ୍କୁ ନିଆଁ ପାଣି ବାସନ୍ଦ କରାଯାଇଥିବା ଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ସଦର ଥାନାରେ ପହଂଚିଥିବା ଜଣାପଡ଼ିଛି । ଅଭିଯୋଗ କରିଛନ୍ତି ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମାୟାବର୍‌ହା ଗ୍ରାମର ଦଳିତ ପରିବାରର ଲୋକେ । ଅଭିଯୋଗ ଅନୁସାରେ ଗାଁରେ ଏକ ସଭା କରାଯାଇ ଦଳିତମାନଙ୍କୁ ନଳକୂପରୁ ପାଣି ନେବାକୁ ମନା କରାଯାଉଥିବା ବେଳେ ପୋଖରୀକୁ ଗାଧୋଇବାକୁ ଯିବା ପାଇଁ ମଧ୍ୟ ବାରଣ କରାଯାଉଛି । ତେବେ ଆଜିର ଅତ୍ୟାଧୁନିକ ଯୁଗରେ ଏଭଳି କୁତ୍ସିତ ପ୍ରଥା ପ୍ରଚଳନକୁ ନେଇ ଦଳିତ ଜନସାଧାରଣଙ୍କ ମଧ୍ୟରେ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ଦଳିତ ନେତା ଦ୍ରୋଣ କୁମ୍ଭାର ମଧ୍ୟ ତୀବ୍ର ନିନ୍ଦା କରିଛନ୍ତି ।

Leave A Reply

Your email address will not be published.

error: Content is protected !!