csstore

ସଇଁତଲା ଓ ବୁଢ଼ାବାହାଲରେ ଧାନ ମଣ୍ଡି ଉଦ୍‌ଘାଟିତ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଓ ବୁଢ଼ାବାହାଲ ପେକ୍ସରେ ଶୁକ୍ରବାର ରବି ଫସଲରେ ଉତ୍ପାଦିତ ଧାନ ବିକ୍ରି ପାଇଁ ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ ଯୋଗଦାନ କରି ଧାନ ମଣ୍ଡିକୁ ଉଦ୍‌ଘାଟନ କରିଥିଲେ । ଚାଷୀ ଯେପରି ନିଜ ଟୁକନ ମାଧ୍ୟରେ ମଣ୍ଡିରେ ଧାନ ବିକ୍ରି କରିପାରିବେ ସେ ଉପରେ ଧ୍ୟାନ ଦିଆଯିବ । ଏହା ସହିତ ଦଲାଲମାନେ ଧାନ ମଣ୍ଡିରେ ସକ୍ରିୟ ରହିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ । ସେହିପରି ଟିଟିଲାଗଡ଼ ଏଆରସିଏସ ରାଧାକୃଷ୍ଣ ମେହେର ଯୋଗଦାନ କରି ବୁଢ଼ାବାହାଲ ଧାନ ମଣ୍ଡିର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ସମୟରେ ସଇଁତଲା ପେକ୍ସ ସଭାପତି ପ୍ରଭାତ କୁମାର ସିଂ ଭୋଇ, ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ, ପେକ୍ସ ସମ୍ପାଦକ ରୋହିତ ସାହୁ, ଡିଇଓ ଚନ୍ଦ୍ର ଚନ୍ଦନ, ବୁଢ଼ାବାହାଲ ପେକ୍ସ ସଭାପତି ଧ୍ରୁବ ସାହୁ, ପେକ୍ସ ସମ୍ପାଦକ ଡମନ ସାହୁ, ଡିଇଓ ଦୈତାରି ସାହୁ, ଚାଷୀ ତୁଳସୀ ସାହୁ, ସଞ୍ଜୟ ମଲ୍ଲିକ, କୁନ୍ତଭାନୁ ସାହୁ, ମିନିକେତନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.