csstore

ବିଜେପିର ମଣ୍ଡଳସ୍ତରୀୟ ବୈଠକ

ମ.ରାମପୁର, (ହେମନ୍ତ ସାହୁ) : ମ.ରାମପୁର ମଣ୍ଡଳସ୍ତରୀୟ କାର୍ଯ୍ୟକାରୀ ବୈଠକ ସ୍ଥାନୀୟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଅ ବର୍ଷ ଶାସନର ଉପଲବ୍ଧିକୁ ନେଇ ମଇ ୩୦ ତାରିଖରୁ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଲୋକଙ୍କ ପାଖରେ ବିଜେପି କାର୍ଯ୍ୟକର୍ତ୍ତା ପହଂଚି ପ୍ରଧାନମନ୍ତ୍ରୀଙ୍କ ଏହି ଉପଲବ୍ଧି ପ୍ରଚାର କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମ.ରାମପୁର ମଣ୍ଡଳସ୍ତରୀୟ ମଣ୍ଡଳ ସଭାପତି ପ୍ରତାପ ଚନ୍ଦ୍ର ରଣା, ମଣ୍ଡଳ ପ୍ରଭାରୀ ପ୍ରଶାନ୍ତ ସାହୁ, ବରିଷ୍ଠ ବିଜେପି ନେତା ପଦ୍ମଲୋଚନ ମିଶ୍ର, ଶ୍ରୀକାନ୍ତ ହୋତା, ଦୟାନିଧି ହାତୀ, ପ୍ରଶାନ୍ତ ତ୍ରିପାଠୀ, ଆଦିବାସୀ ମୋର୍ଚ୍ଚା ସଭାପତି ରାଜୁ ମାଝୀ, ଲାଲ ବାହାଦୂର ରଣା, ରମେଶ ମାଝୀ, ଜୟରାମ ନାଏକ, ଜିଲ୍ଲା ପ୍ରତିନିଧି ମଳୟ ତ୍ରିପାଠୀ ପ୍ରମୁଖଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା ।

jayashree
Leave A Reply

Your email address will not be published.