ଯୁବକଙ୍କ ମୃତଦେହ ଉଦ୍ଧାର

ସଇଁତଳା : ସଇଁନ୍ତଳା ବ୍ଲକ ଟିକ୍ରାପଡ଼ା ଫାଣ୍ଡି ଅଧୀନ ଦେଓଗାଁର ଅଙ୍ଗନୱାଡ଼ି ଗୃହ ନିକଟରେ ଏକ ମୃତଦେହ ପଡ଼ିରହିଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ଗାଁର ବୁଦ୍ଧଦେବ ନାଗ ବୋଲି ଜଣାପଡ଼ିଛି । ବୁଦ୍ଧଦେବ ରବିବାର ରାତି ୭ଟାରେ ଘରୁ ବାହାରକୁ ଯାଇଥିବା ତାଙ୍କ ବିଧବା ମା’ ମହିମା ନାଗ କହିଛନ୍ତି । ତେବେ ରାତିରେ ସେ ଆଉ ଘରକୁ ଫେରିନଥିଲେ । ପୋଲିସ ଖବର ପାଇ ଟିକ୍ରାପଡ଼ା ଫାଣ୍ଡି ଅଧିକାରୀ ଗୋପାଳଚନ୍ଦ୍ର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତାଙ୍କୁ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.