ଆଗଲପୁର, (ବିମଳେନ୍ଦୁ ସାହୁ) : ଲୋଇସିଂହା ଥାନା ତଥା ଆଗଲପୁର ବ୍ଲକର ବୁଦୁଲାଠାରେ ସମସ୍ତ ଗାଁ ସାଥୀ(ମେଟ୍)ମାନଙ୍କୁ ନେଇ ସଙ୍ଘର ବ୍ଲକ ଉପସଭାପତି ପ୍ରକାଶ ଦୀପଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ମେଟ୍ମାନଙ୍କ ବିଭିନ୍ନ ସମସ୍ୟା ତଥା ସଂଘୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇ ବିଭିନ୍ନ ପ୍ରସ୍ତାବ ଗୃହୀତ ହୋଇଥିଲା । ସଙ୍ଘର ଏକ ଜମାଖାତା ଖୋଲିବା ପାଇଁ ଜ୍ଞାନ ପଧାନ ଓ ପ୍ରକାଶ ଦୀପଙ୍କୁ ଦାୟିତ୍ୱ ଦିଆଯିବା ସହିତ ନୂତନ କୋଷାଧ୍ୟକ୍ଷ ଭାବେ ପବିତ୍ର ସାହୁଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ଗାଁ ସାଥୀମାନଙ୍କ ପ୍ରତି ପ୍ରଶାସନିକ ଅବହେଳାର ନିନ୍ଦା କରାଯାଇ ସେମାନଙ୍କୁ ଠିକ୍ ସମୟରେ ପାଉଣା ପ୍ରଦାନ କରା ନଗଲେ ବାଧ୍ୟ ହୋଇ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦିଆଯାଇଛି । ଏହି ବୈଠକରେ ସଙ୍ଘର ସମ୍ପାଦକ ଜ୍ଞାନଦେବ ପ୍ରଧାନଙ୍କ ସମେତ ସତ୍ୟଦେବ ନାଗ, ପଦ୍ମିନୀ ଭୋଇ, ବେଲାରସେନ ପୋଢ଼, ରମେଶ ବରିହା, ତରଣୀସେନ ନାଗ, କେତକୀ ବାଗ, ସଂଯୁକ୍ତା ବିଶ୍ଵାଳ ପ୍ରମୁଖ ବହୁ ସଂଖ୍ୟାରେ ମେଟ୍ ଭାଇ ଭଉଣୀମାନେ ଯୋଗଦାନ କରିଥିଲେ ।
Prev Post
Next Post