ରାଉରକେଲାରେ ଆର୍ଟ ଅଫ୍‌ ଗିଭିଙ୍ଗ ଡେ’ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡଃ ଅଚ୍ୟୁତ ସାମନ୍ତଙ୍କ ଅନନ୍ୟ ଚିନ୍ତାଧାରାରୁ ସୃଷ୍ଟି ଆର୍ଟ ଅଫ୍‌ ଗିଭିଙ୍ଗ ଡେ’ କେବଳ ଓଡ଼ିଶାରେ ନୁହେଁ ମେ’ ୧୭ ତାରିଖରେ ସମଗ୍ର ବିଶ୍ଵରେ ପାଳନ କରାଯାଉଛି । ଆର୍ଟ ଗିଭିଙ୍ଗ୍‌ ଡେ’ ପାଳନ କରାଯିବା ସହ ଚଳିତ ବର୍ଷର ଥିମ୍ ସାହାଯ୍ୟକାରୀଙ୍କୁ ସାହାଯ୍ୟ “ହେଲ୍ପିଙ୍ଗ୍‌ ଦି ହେଲ୍ପ”କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରାଉରକେଲା ସହରର ସିଭିକ ସେଣ୍ଟରଠାରେ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡଃ ପ୍ରଭାତ କୁମାର ମଲ୍ଲିକ ଯୋଗଦେଇ ଆର୍ଟ ଅଫ୍‌ ଗିଭିଙ୍ଗ ଡେ ଓ ଡଃ ଅଚ୍ୟୁତ ସାମନ୍ତଙ୍କ ଏହି ଉଦ୍ୟମ ବର୍ତ୍ତମାନ ବିଶ୍ଵ ଦରବାରରେ କିଭଳି ଓଡ଼ିଶାକୁ ପହଞ୍ଚାଇ ପାରିଛି ତାହା ଉଦାହରଣ ମାଧ୍ୟମରେ ବୁଝାଇଥିଲେ । ବରିଷ୍ଠ ଆଇନଜୀବୀ କୈଳାସ ଚନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡଃ ସାମନ୍ତଙ୍କ ଏଭଳି ଏକ ସ୍ବତନ୍ତ୍ର ଚିନ୍ତାଧାରାକୁ କେବଳ ଓଡ଼ିଶା ନୁହେଁ ସମଗ୍ର ବିଶ୍ବ ତାଙ୍କୁ ସମ୍ମାନ ଦେଉଛି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଅରବିନ୍ଦ ଦାସ ଯୋଗଦେଇ ବହୁ ଘାତ ପ୍ରତିଘାତ ମଧ୍ୟରେ ଆରମ୍ଭ ହୋଇଥିବା ଏହି ସଂସ୍ଥା ବର୍ତ୍ତମାନ ସମଗ୍ର ବିଶ୍ଵରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛି ଏବଂ ସେଥିପାଇଁ କିଟ୍ ଓ କିସ୍‌ର ପ୍ରତିଷ୍ଠାତା ଡଃ ସାମନ୍ତଙ୍କ ନିଷ୍ଠାପର ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ ବେଶ୍ ଖୁସି ପ୍ରକାଶ କରିବା ସହିତ ଡଃ ସାମନ୍ତଙ୍କ ଏପ୍ରକାର ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶାରୁ ଆରମ୍ଭ ହୋଇ ବର୍ତ୍ତମାନ ସମଗ୍ର ବିଶ୍ଵରେ ଚର୍ଚ୍ଚିତ ହୋଇପଡ଼ିଥିବା ଆର୍ଟ ଅଫ୍‌ ଗିଭିଙ୍ଗ୍‌ ୟୁନେସ୍କୋ ଭଳି ଖ୍ୟାତନାମା ସଂସ୍ଥା ସ୍ୱୀକୃତି ଦେଲାଣି । କିଟ୍ ଓ କିସ୍‌ର ପ୍ରତିଷ୍ଠାତାଙ୍କ ଏହି ଉଦ୍ୟମ ନିଶ୍ଚିତ ଭାବରେ ପ୍ରଶଂସନୀୟ ବୋଲି କହିଥିଲେ ।
ଆର୍ଟ ଅଫ୍‌ ଗିଭିଙ୍ଗ୍‌ ଡେ’ର ପୂର୍ବାହ୍ନରେ କିଟ୍ କିସ୍‌ର କର୍ମକର୍ତ୍ତା ତଥା କାର୍ଯ୍ୟକ୍ରମର ଆବାହକ ସନ୍ତୋଷ ନାଏକ, ସରିତା ସିଂ, ଅନିତା ନାଏକ, କମଳାକାନ୍ତ ସ୍ବାଇଁ ଓ ସାମ୍ବାଦିକ ଅନୀଲ ମହାନ୍ତି ଏବଂ ଶୁଭେଚ୍ଛୁ ଶ୍ରୀ ଦାସଙ୍କ ଦ୍ଵାରା ଟ୍ରାଫିକ ପୋଲିସ, ସୁଇପର ଓ ଭିକାରୀ ମାନଙ୍କୁ ଆର୍ଟ ଅଫ୍‌ ଗିଭିଙ୍ଗ୍‌ ପକ୍ଷରୁ ବ୍ୟବହୃତ ସାମଗ୍ରୀ ଭର୍ତ୍ତି ଏକ ବ୍ୟାଗ୍ ବଣ୍ଟନ କରାଯାଇଥିଲା । ସନ୍ଧ୍ୟା ସମୟରେ ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ, ବାରିକ, ସଫେଇକର୍ମୀ ଓ ସହରର ଛାତ୍ରଛାତ୍ରୀଙ୍କୁ ନେଇ ସିଭିକ ସେଣ୍ଟର ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମରେ ଆର୍ଟ ଅଫ ଗିଭିଙ୍ଗ୍‌ର ଚଳଚ୍ଚିତ୍ର ପ୍ରୋଜେକ୍ଟର ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା । ସମସ୍ତଙ୍କୁ ଆର୍ଟ ଅଫ୍‌ ଗିଭିଙ୍ଗ ପକ୍ଷରୁ ବ୍ୟବହାର୍ଯ୍ୟ ସାମଗ୍ରୀ ଭର୍ତ୍ତି ଏକ ବ୍ୟାଗ୍ ପ୍ରଦାନ କରାଯାଇଥିଲା । ସାମ୍ବାଦତକ ଶ୍ରୀ ମହାନ୍ତି କାର୍ଯ୍ୟକ୍ରମରେ ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଆର୍ଟ ଅଫ୍‌ ଗିଭିଙ୍ଗ ଡେ’ର ଆବାହକ ଶ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । କିଟ୍‌ର ସରିତା ସିଂ ମଞ୍ଚ ପରିଚାଳନା କରିଥିଲେ ।

Leave A Reply

Your email address will not be published.