ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସଫଳତା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଚଳିତ ବର୍ଷ ମଧ୍ୟ ହାଇସ୍କୁଲ ମାଟ୍ରିକ ପରୀକ୍ଷାରେ ଶତ ପ୍ରତିଶତ ଫଳାଫଳ ଅର୍ଜନ କରିଛି । ୮୮ ଜଣଙ୍କ ମଧ୍ୟରୁ A1 ଗ୍ରେଡରେ ୦୩ ଜଣ ସୌମ୍ୟ ରଂଜନ ସାହୁ ୯୪%, ରୀତା ଜାଲ ୯୨.୧୬%, ସ୍ୱାଗତିକା ଶତପଥି ୯୦.୫% ପାଇଥିବା ବେଳେ A2ରେ ୩୫ ଜଣ, B1ରେ ୩୮ ଜଣ, B2ରେ ୧୧ଜଣ ଓ Dରେ ଜଣେ କୃତିତ୍ୱ ଅର୍ଜନ କରିବା ସହ ଶିଶୁ ବିଦ୍ୟା ମନ୍ଦିରର ଗୌରବ ଫେରାଇ ଆଣିଥିବାରୁ ସମସ୍ତ ଭାଇ ଭଉଣୀଙ୍କୁ ଶିଶୁ ମନ୍ଦିର ପରିବାର ତଥା ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଶୁଭେଚ୍ଛା ସହ ଅଭିନନ୍ଦନ ଜଣାଇବା ସହିତ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରି ଏ ଶ୍ରେୟ ସମସ୍ତ ଗୁରୁଜୀ, ଗୁରୁମା, ଅଭିଭାବକ, ଅଭିଭାବିକା ଓ ଛାତ୍ରଛାତ୍ରୀମାନଙ୍କର ଅଟେ ବୋଲି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.