୩୦ କ୍ୱିଣ୍ଟାଲ ତେନ୍ତୁଳି କାଠ ବୋଝେଇ ଟ୍ରାକ୍ଟର ଜବତ୍‌ କଲା ବଲାଙ୍ଗିର ବନ ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୩୦ କ୍ୱିଣ୍ଟାଲ ତେନ୍ତୁଳି କାଠ ବୋଝେଇ ଏକ ଟ୍ରାକ୍ଟର ଜବତ୍‌ କରିଛି ବଲାଙ୍ଗିର ବନ ବିଭାଗ । ସୂଚନା ଅନୁସାରେ ଗତ ୧୬ ତାରିଖ ଦିନ ବଲାଙ୍ଗିର ରେଞ୍ଜର କର୍ମଚାରୀମାନେ ବଲାଙ୍ଗିର-୧ ବିଭାଗର ଚାନ୍ଦପୁରୀ ଗ୍ରାମ ନିକଟରେ ପ୍ରାୟ ୩୦ କ୍ୱିଣ୍ଟାଲ ତେନ୍ତୁଳି କାଠରେ ଭର୍ତ୍ତି ଏକ ଟ୍ରାକ୍ଟରକୁ ଜବତ କରିଥିଲେ । ଜଣେ ଅଭିଯୁକ୍ତ କୁଟୁମଡୋଲା ଗାଁର ଦିବ୍ୟମଣି ପଟେଲଙ୍କୁ ଆଇନ ଅନୁଯାୟୀ ନୋଟିସ୍ ପଠାଯାଇଥିବା ସୂଚନାରେ କୁହାଯାଇଛି । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇ ଅଧିକ ଅନୁସନ୍ଧାନ ଚାଲିଛି । ଏସିଏଫ୍ ଜିତେନ୍ଦ୍ର ସାହୁଙ୍କ ତତ୍ତ୍ୱାବଧାନରେ ତଥା ବଲାଙ୍ଗିର ରେଂଜର କେଶବ କିଶୋର ନାଏକଙ୍କ ନିଦ୍ଦେଶରେ ଫରେଷ୍ଟର ବ୍ୟାସଦେବ ସାହୁ, ଫରେଷ୍ଟ ଗାର୍ଡ ରଞ୍ଜିତ କୁମ୍ଭାର, ଜ୍ୟୋତିରଂଜନ ବଗର୍ତି, ଶ୍ରୀମତୀ ସୁନୀତା ମୁଣ୍ଡା ପ୍ରମୁଖ ଏହି ଚଢ଼ାଉରେ ସାମିଲ୍‌ ଥିଲେ ।

Leave A Reply

Your email address will not be published.