oom

ସନ୍ଦେହ ଘେରରେ ସାଲେପାଲିର ଏକ ଘର ଭିତରୁ ମିଳିଥିବା ଯୁବକଙ୍କ ମୃତ ଦେହ : ଆତ୍ମହତ୍ୟା ନା ହତ୍ୟା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ସାଲେପାଲର ମଠଖାଇ ମନ୍ଦିର ସମ୍ମୁଖରେ ଏକ ଘର ଭିତରୁ ଆଜି ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ସାଲେପାଲିର ରିଙ୍କୁ ମେହେର (୨୭) ବୋଲି ଜଣାପଡିଛି । ମୃତ ରିଙ୍କୁଙ୍କ ବଡ ଭାଇଙ୍କ କହିବାନୁସାରେ ଦୀର୍ଘ ୫ ବର୍ଷ ହେବ ରିଙ୍କୁ ମାନସିକ ରୋଗାଗ୍ରସ୍ତ ହୋଇଥିବା ବେଳେ ଏଣେତେଣେ ବଲୁଥିଲେ । ତେବେ ଗତ କିଛି ଦିନ ତଳେ ଘରେ ରହୁଥିବା ବୃଦ୍ଧା ମା’ ଓ ବୃଦ୍ଧ ବାପାଙ୍କୁ ମୃତ ରିଙ୍କୁ ମାରପିଟ୍‌ କରିଥିଲେ । ଫଳରେ ଗୁରୁତର ଅବସ୍ଥାରେ ମୃତ ରିଙ୍କୁଙ୍କ ବାପା ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ହେଲେ ଯେଉଁ ଦିନଠାରୁ ତାଙ୍କ ବାପା ମେଡିକାଲରେ ଭର୍ତ୍ତି ହୋଇଛନ୍ତି, ସେହିଦିନ ଠାରୁ ରିଙ୍କୁ ତାଙ୍କ ଘରେ ଏକା ରହୁଥିବା ବେଳେ ଆଜି ସାଲେପାଲିର କିଛି ଲୋକ ବଲାଙ୍ଗିର ଟାଉନ ଥାନାରେ ରିଙ୍କୁ ରହୁଥିବା ଘର ଭିତରୁ ଅସମ୍ଭାଳ ଦୁର୍ଗନ୍ଧ ଆସୁଥିବା ନେଇ ଅଭିଯୋଗ କରିଥିଲେ । ପରେ ଘଟଣାସ୍ଥଳରେ ବଲାଙ୍ଗିର ଏସ୍‌ଡିପିଓ ତୋଫାନ ବାଗଙ୍କ ସହ ଟାଉନ ପୋଲିସ ପହଂଚି ରିଙ୍କୁ ରହୁଥିବା ଘରର କବାଟକୁ ଭାଙ୍ଗି ଦେଖିବା ବେଳକୁ ରିଙ୍କୁଙ୍କ ଗଳିତ ମୃତ ଦେହ ପଡିଥିଲା । ଅନ୍ୟପଟେ ଏହା ଆତ୍ମହତ୍ୟା ନା ହତ୍ୟା, ତାହା ସନ୍ଦେହ ଘେରରେ ରହିଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି । ବଲାଙ୍ଗିର ସାଇଣ୍ଟିଫିକ୍‌ ଦଳ ଘଟଣାସ୍ଥଳରେ ପହଂଚିବା ପରେ ରିଙ୍କୁର ଗଳିତ ମୃତ ଦେହକୁ ଜବତ କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପଠା ଯାଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପୂରା ଘଟଣାର ସତ୍ୟତା ଜଣାପଡିବ ବୋଲି ସାଧାରଣରେ ଚର୍ଚ୍ଛା ଜୋର୍‌ ଧରିଛି ।

jittmm
Leave A Reply

Your email address will not be published.