ନୃସିଂହନାଥ ପୀଠରେ ଗଁଣ୍ତ ସମାଜର ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସ୍ଥିତ ଶ୍ରୀ ନୃସିଂହନାଥ ପୀଠରେ ଗଁଣ୍ତ ସମାଜର ବୈଠକ ଶ୍ରୀ ଶ୍ରୀ ବୁଢାଦେଓ ମଣ୍ତପ ନୃସିଂହନାଥଠାରେ ମଣ୍ତପ ସଭାପତି ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ଆବାହକ ଦୁର୍ଯ୍ୟୋଧନ ପୁଟାଙ୍କ ଆହ୍ୱାନ କ୍ରମେ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ବୈଶାଖ ମେଳାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଜଳଛତ୍ର, ଅନ୍ନଛତ୍ର ଓ ଆଶ୍ରୟସ୍ଥଳୀର ବ୍ୟବସ୍ଥାକୁ ଆସନ୍ତା ବର୍ଷ ବୈଶାଖ ମେଳାରେ ଅଧିକରୁ ଅଧିକ ବ୍ୟବସ୍ଥା କରାଯିବା ପାଇଁ ଆଲୋଚନା କରାଯାଇଥିଲା । ସମାଜର ବୁଢାଦେଓ ମନ୍ଦିର କାର୍ଯ୍ୟକୁ କିପରି ଗୋଟିଏ ବର୍ଷରେ ସଂପୂର୍ଣ୍ଣ ହୋଇ ପାରିବ ସେ ବିଷୟ ଆଲୋଚନା କରାଯାଇଥିଲା । ଗଁଣ୍ତ ସମାଜ ଏକଜୁଟ ହୋଇ ସମାଜ ଉନ୍ନତିମୂଳକ କାର୍ଯ୍ୟ ସହ ଲୋକଙ୍କ ସେବାରେ ଲାଗିବା ପାଇଁ ମତ ପ୍ରକାଶ କରିଥିଲେ । ବୈଠକରେ ରାଜବୋଡାସମ୍ବରରେ ଥିବା ସମସ୍ତ ସକିଲ ସଭାପତି ଓ ଗୁଡି କମିଟି ମେମ୍ବରମାନେ ଉପସ୍ଥିତ ଥିଲେ । ଏଥିରେ ପୂର୍ବତନ ମଣ୍ତପ ସଭାପତି ଗଜରାଜ ସିଂ ପୁଟା, ଝାରବନ୍ଧରୁ ଚିତ୍ତରଞ୍ଜନ ପେର୍ରେ, ଜୟ ସିଂ ଦାଉ, ପୁରେନା ସକିଲରୁ ସୁକଦେବ ମାଝୀ, ରୁକ୍‌ମଣ ଧରୁଆ, ସୁବ୍ରତ ଦିୱାନ, ସୁକଲାଲ ଦାଉ, ଦେବେନ୍ଦ୍ର ପୁଟା, ଗୋପୀନାଥ ଧରୁଆ, ପଦ୍ମପୁରରୁ ବୀରସେନ ସିଦାର, ସମାରୁ ଧରୁଆ, ନୂଆଗାଁ ସକିଲରୁ ଶୋଭାରାମ ଧରୁଆ, ବସନ୍ତ ଧରୁଆ, ଜଗଦେବ ଧରୁଆ, କୋକନରା ସକିଲରୁ ଭାଗବତିଆ ସିଂ ଦାଉ, ଅମୃତ ବାଗ, ଭୂତମୁଣ୍ତା ସକିଲରୁ ସମର ମାଝୀ, କ୍ଷିତୀରାଜ ଗଏଁତା, ଚଡାପାଲି ସକିଲରୁ କୃଷ୍ଣ ଧରୁଆ, ଗଣେଶ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଚୈତୁ ସିଂ ଦାଉ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.