centurian jitm

ସୁରଭି ଶୌଧର କର୍ମଶାଳା ଉଦ୍‌ଯାପିତ

nschool

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ଅନ୍ତର୍ଗତ ବିଛୁବାହାଲି ସ୍ଥିତ ସୁରଭି ଶୌଧ ଓ ବିକାଶ କେନ୍ଦ୍ର ଆନୁକୂଲ୍ୟରେ ୧୩ ଓ ୧୪ ତାରିଖ ଦୁଇ ଦିବସୀୟ କର୍ମଶାଳା ଉଦ୍‌ଯାପିତ ହୋଇଯାଇଛି । କର୍ମଶାଳାରେ ୩୫ ଗୋଟି ଗ୍ରାମର ୫୨ ଜଣ ଚାଷୀ ଯୋଗ ଦେଇଥିଲେ । ସୁରଭି କେନ୍ଦ୍ରର ସଂଯୋଜକ ଅଶୋକ ଛାପଡିଆଙ୍କ ନେତୃତ୍ୱରେ ପ୍ରଥମ ଦିନରେ ପ୍ରାନ୍ତୀୟ ଅଧ୍ୟକ୍ଷ ସୁବାସ ଜୈନ ଉଦ୍‌ଘାଟନ କରିଥିଲେ ଓ ଉଦ୍‌ଯାପନୀ ଦିବସରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଡ. ପ୍ରଫେସର ଗୁରୁପ୍ରସାଦ ସିଂହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଗୋରକ୍ଷା ବିଭାଗ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଗୋଖତକୁ ବ୍ୟବହାର କରି ପ୍ରାକୃତିକ ଚାଷ କରିବାକୁ ପରାମର୍ଶ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବ ପରେ କଣ୍ଟାବାଞ୍ଜି ସ୍ଥିତ ଶ୍ରୀହରି ଭବନଠାରେ ସଂଧ୍ୟା ୫ ଘଣ୍ଟା ସମୟରେ ଗୋଆଧାରିତ ପ୍ରାକୃତିକ କୃଷି ଏବଂ ମଣିଷ ସ୍ୱାସ୍ଥ୍ୟ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ସୁରଭି ଶୌଧର ସଭାପତି ପ୍ରବୀଣ ଆର୍ଯ୍ୟଙ୍କ ସଭାପତିତ୍ୱରେ ପ୍ରଫେସର ଶ୍ରୀ ସିଂହ ଆଲୋଚନା କରିଥିଲେ । ଉପସ୍ଥିତ ଗୋପ୍ରେମୀ ଓ ଚାଷୀମାନେ ପ୍ରଶ୍ନୋତ୍ତର ମାଧ୍ୟମରେ ଅନେକ କଥା ଜାଣିଥିଲେ ।ଏହି ସେମିନାରରେ ବଲାଙ୍ଗିର, ସମ୍ବଲପୁର, କଟକ ଗୋଶାଳାର କର୍ମକର୍ତ୍ତା, ପଶ୍ଚିମ ଓଡିଶା ଗୋସୁରକ୍ଷା କମିଟିର କର୍ମକର୍ତ୍ତା, କଣ୍ଟାବାଞ୍ଜି ଗୋଶାଳାର କର୍ମକର୍ତ୍ତା, ମହିଳା କର୍ମକର୍ତ୍ତା, ଅଜିତ ଜୈନ, ରମେଶ ଅଗ୍ରୱାଲ, ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶ, ନିଶିକାନ୍ତ ମହାପାତ୍ର, ଚିନ୍ମୟ କୁମାର ଯୋଷୀ, ବେଦବ୍ୟାସ ଦାଶ, ଦୀନବନ୍ଧୁ ବଗର୍ତ୍ତୀ, ରାମୋତାର ଅଗ୍ରୱାଲ, ଅରୁଣ ଆର୍ଯ୍ୟ, ଶଙ୍କର ପୁଟେଲ ପ୍ରମୁଖ ଶତାଧିକ ଗୋପ୍ରେମୀ ଯୋଗ ଦେଇଥିଲେ । ପରିଶେଷରେ ସଂଯୋଜକ ଅଶୋକ ଛାପଡିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.