csstore

ନିଷାନ୍ ସାହିତ୍ୟ ସଂସଦର ଅଠାରି କବିତା ଆସର ଅନୁଷ୍ଠିତ

ତୁଷୁରା : ନିଷାନ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ମାତୃ ଦିବସ ଅବସରରେ ଅଠାରି ଆଭାସି କବିତା ଆସର ନିଷାନ୍‌ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ କବୟିତ୍ରୀ ତୃପ୍ତିମୟୀ ତ୍ରିପାଠୀ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ଏଥିରେ ବିଶିଷ୍ଟ କବୟିତ୍ରୀ ଶ୍ରୀମତୀ କସ୍ତୁରୀ ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାତୃ ଦିବସର ମହତ୍ତ୍ବ ଉପରେ ଆଲୋକପାତ କରିଥିଲେ । ତତ୍ ସଂଗେ କୋସଲି ଛଟକା ଶ୍ରୋତା ମଣ୍ଡଳୀଙ୍କୁ ଶୁଣାଇ ମନ ମୋହି ନେଇଥିଲେ । ସମ୍ମାନିତ ଅତିଥି ଭାବେ କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ ଓ କବୟିତ୍ରୀ ସାବିତ୍ରୀ ସାହୁ ସ୍ୱରଚିତ କବିତା ଶୁଣାଇ ସମସ୍ତଙ୍କୁ ବିସ୍ମିତ କରି ଦେଇଥିଲେ । କବିତା ଆସର ଶେଷରେ ଯୁଗ୍ମ ସଂପାଦକ ଯୁବକବି କୃଷ୍ଣେନ୍ଦୁ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । କୋଷାଧ୍ୟକ୍ଷ ଦେବେନ୍ଦ୍ର ଭୋଇ, ବିଶିଷ୍ଟ କବି, କଣ୍ଠଶିଳ୍ପୀ, ଶିକ୍ଷାବିତ ନେପାଳ ଚନ୍ଦ୍ର ବାଗ, ସିରଜିନା ସଂପାଦକ ରାଜେନ୍ଦ୍ର ମହାନ୍ତି, ଘଣ୍ଟିର ସଂପାଦକ ତରଣୀସେନ ମେହେର, ଓଡିଆ ଅଧ୍ୟାପିକା ଆର୍. ପୁଷ୍ପାଞ୍ଜଳି, ବିଶିଷ୍ଟ କବି ଦିଲୀପ କୁମାର ମିଶ୍ର,
ବାଣୀପୁତ୍ର ଆଶୁତୋଷ ଠାକୁର, କବୟିତ୍ରୀ ଚନ୍ଦନା ତ୍ରିପାଠୀ, କବିତା ମିଶ୍ର, ଖୁସି ଶର୍ମା, ପ୍ରଦ୍ୟୁତ ହୋତା, ରାଜୀବ ପଟେଲ, ନରେନ୍ଦ୍ର ପଟେଲ, ସ୍ମାର୍ଟ୍ ଚିନ୍ମୟ, ଭକ୍ତ ବନ୍ଧୁ ସାହୁ, ବାଳ ମୁକୁନ୍ଦ ନିଆଲ, ନକୁଳ ସାହୁ, ଗୌରବ ଦୀପ, ଅଭିନବ ପଟ୍ଟନାୟକ, ପରକ୍ଷିତ ବରିହା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ପ୍ରତି ରବିବାର ଅଠାରି କବିତା ଆସର ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ଦାଶ ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.