csstore

ବିଭାଗସ୍ତରୀୟ ସମ୍ପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପଦ୍ମପୁରର କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ବିଭାଗସ୍ତରୀୟ ସଂପାଦକ ଓ ପ୍ରଧାନ ଆଚାର୍ଯ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟବକ୍ତା ଭାବରେ ଡ଼. ପ୍ରଦୀପ କୁମାର ସାହୁ (ପ୍ରାନ୍ତ ଉପସଭାପତି, ଶିକ୍ଷା ବିକାଶ ସମିତି ଓଡ଼ିଶା) ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଆମର ଲକ୍ଷ୍ୟ ତଥା ସ୍ୱଜାଗରଣ ବିଷୟରେ ବୌଦ୍ଧିକ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ତ୍ରିବିକ୍ରମ ଶତପଥୀ ପଶ୍ଚିମ ସମ୍ଭାଗ ସଂପାଦକ ଯୋଗ ଦେଇଥିଲେ । ବରଗଡ଼ ବିଭାଗ ନିରୀକ୍ଷକ ବିଜନ କୁମାର ଜେନା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଶିବୁ ପ୍ରସାଦ ଦାଶ ପଶ୍ଚିମ ସମ୍ଭାଗ କୋଷାଧ୍ୟକ୍ଷ, ମନୋଜ କୁମାର ପଣ୍ଡା ସହ ଜିଲ୍ଲା ପ୍ରମୁଖ, ଘନଶ୍ୟାମ ପୁଞ୍ଜି କୋଷାଧ୍ୟକ୍ଷ, ଅଶ୍ୱିନୀ କୁମାର ଦାଶ ଭେଡେନ ସଂକୁଳ ପ୍ରମୁଖ, ଆନନ୍ଦ କୁମାର ପ୍ରଧାନ ବରଗଡ଼ ସଂକୁଳ ପ୍ରମୁଖ ମଞ୍ଚାସୀନ ଥିଲେ । ଜ୍ୟୋତି ରଂଜନ ମିଶ୍ର ପଶ୍ଚିମ ସମ୍ଭାଗ ସଂଯୋଜକ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଦ୍ୱାଦଶ କୁମାର ପଧାନ ସଂକୁଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ସୂଚନା ପ୍ରଦାନ କରିଥିଲେ । ଭଉଣୀମାନଙ୍କ ଦ୍ୱାରା ନାଚର ତାଳେ ତାଳେ ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ଶିକ୍ଷା ବିକାଶ ସମିତି ଦ୍ୱାରା ଆୟୋଜିତ ଭାରତୀ କୃଷ୍ଣ ଓ ପ୍ରାଦେଶିକ ମେଧା ପରୀକ୍ଷାରେ ସମଗ୍ର ରାଜ୍ୟରେ ଶ୍ରେଷ୍ଠ ଦଶମ ସ୍ଥାନ ମଧ୍ୟରେ ଥିବା ଭାଇ ଭଉଣୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ସ୍ଥାନୀୟ ସଂପାଦକ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗର ୪୧ଟି ଶିଶୁ ମନ୍ଦିରରୁ ୩୫ ଜଣ ପ୍ରଧାନ ଆଚାର୍ଯ୍ୟ ଓ ୩୦ ଜଣ ସଂପାଦକ ଉପସ୍ଥିତ ରହି ବୈଠକରେ ଭାଗ ନେଇଥିଲେ । ସମସ୍ତଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

jayashree
Leave A Reply

Your email address will not be published.