oom

ଲୋପନ ହେଲେ ନଗର କଂଗ୍ରେସ ମିଡ଼ିଆ ସଂଯୋଜକ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁବ କଂଗ୍ରେସ କର୍ମୀ ଲୋପନ ମିଶ୍ରଙ୍କୁ ନଗର କଂଗ୍ରେସ ମିଡ଼ିଆ ସଂଯୋଜକ ଭାବେ ନିଯୁକ୍ତ କରାଯାଇଛି । ତାଙ୍କ ଭଳି ଜଣେ ଉତ୍ସାହୀ ଯୁବକ ଏହି ଦାୟିତ୍ୱ ନେଲା ପରେ ନଗର କଂଗ୍ରେସର ନୀତି, ଲଢେଇ ଓ କାର୍ଯ୍ୟ ପ୍ରଣାଳୀ ଜନସାଧାରଣଙ୍କ ପାଖକୁ ଆହୁରି ଭଲ ଭାବେ ପହଂଚି ପାରିବ ଓ ଜନମାନସରେ କଂଗ୍ରେସ ପ୍ରତି ସମର୍ଥନ ବଢିବ ବୋଲି ନଗର କଂଗ୍ରେସ କହିଛି । ଅନ୍ୟପକ୍ଷରେ ତାଙ୍କ ଉପରେ ଦଳ ବିଶ୍ୱାସ ପ୍ରକଟ କରି ଏହି ଦାୟିତ୍ୱ ଦେଇଥିବାରୁ ଲୋପନ ମିଶ୍ର କଂଗ୍ରେସ ବିଧାୟକ ଦଳର ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର, ଏଆଇସିସି ସଦସ୍ୟ ତଥା ପିସିସି ସାଧାରଣ ସମ୍ପାଦକ ସମରେନ୍ଦ୍ର ମିଶ୍ର ଏବଂ ନଗର କଂଗ୍ରେସ କମିଟି ସଭାପତି ବଡଭାଇ ବୁଲୁ ଦାନୀଙ୍କୁ ଧନ୍ୟବାଦ ଜ୍ଞାପନ କରିବା ସହ ଦିଆଯାଇଥିବା ଦାୟିତ୍ୱକୁ ନିଷ୍ଠାପର ଭାବରେ ତୁଲାଇବେ ବୋଲି କହିଛନ୍ତି ।

jittmm
Leave A Reply

Your email address will not be published.