ଗୀତିନାଟ୍ୟ ମହାସତୀ ସାବିତ୍ରୀ ପାଇଁ ପ୍ରସ୍ତୁତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ୧୯ ତାରିଖ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହେବାକୁ ଥିବା ରାମଜୀ ନାଟ୍ୟ ଅନୁଷ୍ଠାନ ବଲାଙ୍ଗିର ଦ୍ୱାରା ଏ ବର୍ଷ ପୁଣି ସ୍ଥାନୀୟ କଳାକାରଙ୍କୁ ନେଇ ମଞ୍ଚସ୍ଥ ହେବ ଗୀତିନାଟ୍ୟ ମହାସତୀ ସାବିତ୍ରୀ । ଏଥିପାଇଁ ସ୍ଥାନୀୟ ମାଉସୀ ମା’ ମନ୍ଦିର ପ୍ରାଙ୍ଗଣରେ ପ୍ରତିଦିନ ଆଖଡା ଚାଲିଛି । ଏ ବର୍ଷ ଯମରାଜ ଭୂମିକାରେ ଡା. ରୁଦ୍ରନାରାୟଣ ପଟେଲ ଅଭିନୟ କରିବାର ସୂଚନା ରହିଛି । ପୁରାତନ କଳାକାର ଓ ନୂତନ କଳାକାରଙ୍କୁ ନେଇ ଚୟନ ହୋଇଛି । ଗୁରୁ ବାଳମୁକୁନ୍ଦ ବେହେରାଙ୍କ ଶିକ୍ଷାଗୁରୁଙ୍କ ଦ୍ୱାରା ପରିଚାଳନା ହେଉଛି ।

Leave A Reply

Your email address will not be published.