ବିଶିଷ୍ଟ ତବଲା ବାଦକ ରଘୁନାଥ ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ପଞ୍ଚାୟତ ଥାଳବନ୍ଧ ଗାଁର ବଡ ଗୌନ୍ତିଆଙ୍କ ସାନପୁଅ ତଥା ଅଂଚଳର ବିଶିଷ୍ଟ ତବଲା ବାଦକ ରଘୁନାଥ ସାହୁ(୫୨)ଙ୍କ ଶନିବାର ସକାଳେ ପରଲୋକ ହୋଇଯାଇଛି । ସ୍ୱର୍ଗତ ସାହୁ ଅଞ୍ଚଳରେ ହେଉଥିବା ବିଭିନ୍ନ କୀର୍ତ୍ତନ, ନାଟକରେ ତବଲା ବାଦ୍ୟ ପରିବେଷଣ କରି ବହୁତ କ୍ଷାତି ଅର୍ଜନ କରିଥିଲେ । ଶନିବାର ସକାଳ ପ୍ରାୟ ୭ଟା ସମୟରେ ନିଜ ଘରେ ବସିଥିବା ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ସଙ୍ଗେ ସଙ୍ଗେ ପରିବାର ଲୋକେ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଳେଜ ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶେଷ ସମୟରେ ବନ୍ଧୁ ବାନ୍ଧବ ସହ ସ୍ବର୍ଗତ ସାହୁଙ୍କ ଧର୍ମପତ୍ନୀ ପ୍ରତୀମା ସହ ଦୁଇ ପୁଅ ପ୍ରିତମ ଓ ପ୍ରତୀକ ଶେଷ ସମୟରେ ଉପସ୍ଥିତ ଥିଲେ । ପରେ ଥାଳବନ୍ଧ ସ୍ଥିତ ନିଜ ବାସଭବନକୁ ମରଶରୀର ଆଣି ଆତ୍ମୀୟ ଲୋକ ତଥା ଗାଁ ଲୋକମାନେ ଶେଷ ଦର୍ଶନ କରିଥିଲେ । ପରେ ପାରଂପାରିକ ଭାବେ ବନ୍ଧଆଡିର ଆମ୍ବ ବଗିଚାରେ ଶବ ଦାହ କରାଯାଇଥିଲା । ବଡ ପୁଅ ପ୍ରିତମ ମୁଖାଗ୍ନି ଦେଇଥିଲେ । ତାଙ୍କର ଆକସ୍ମିକ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

Leave A Reply

Your email address will not be published.