ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ୍‌ ସ୍କୁଲର ସଫଳତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସିବିଏସ୍‌ଇ ଦଶମ ଓ ଦ୍ୱାଦଶ (ବିଜ୍ଞାନ ଓ ବାଣିଜ୍ୟ) ପରୀକ୍ଷାରେ ସେଣ୍ଟ ଜାଭିୟର ଇଣ୍ଟରନ୍ୟାସନାଲ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତିର୍ଣ୍ଣ ହୋଇଛନ୍ତି । ଦଶମ ଶ୍ରେଣୀରେ ପୁର୍ଣ୍ଣମାସୀ ଶତପଥି ୯୭.୬% ରଖି ଟପର ହୋଇଥିବା ବେଳେ ଦେବୀ ପ୍ରସାଦ ମହାନ୍ତି ୯୭.୨% ରଖି ଦ୍ୱିତୀୟ ସ୍ଥାନ ଏବଂ ଆଶାକିରଣ ପ୍ରଧାନ, ବିଭୁ ପ୍ରଣବ ସାହୁ ଓ ଶୁଭଲକ୍ଷ୍ମୀ ସାହୁ ୯୬.୪% ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଆଦର୍ଶ ଗୁପ୍ତା ୯୧%, ଶାସ୍ୱତ କର ଏବଂ ପୃଥ୍ୱିରାଜ ଜ୍ୟୋତି ପ୍ରକାଶ ଛେଟରାୟ ୮୯.୮%, ସୃଷ୍ଟି ସଂପ୍ରତୀ ପଟ୍ଟନାୟକ ୮୯.୬% ରଖିଛନ୍ତି । ସେହିପରି ବିଜ୍ଞାନ ବିଭାଗରେ ସୟଦ ଅୟମନ୍‌ ୯୪.୪% ରଖି ଟପର ହୋଇଥିବା ବେଳେ ମନସ୍ୱନି ଦାଶ ୯୨.୮% ରଖି ଦ୍ୱିତୀୟ ସ୍ଥାନ ଓ ଅନ୍ୟନ୍ୟା ରାଣୀ ସାହୁ ୯୧.୨% ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ବାଣିଜ୍ୟ ବିଭାଗରେ ସୁମନ ପ୍ରଧାନ ୮୮.୨% ରଖି ଟପର ହୋଇଥିବା ବେଳେ ସଲିମ୍‌ ମହମ୍ମଦ ନୟିମ ୮୩.୨% ରଖି ଦ୍ୱିତୀୟ ସ୍ଥାନ ଓ ପ୍ରିତ ପଟେଲ ୭୯.୬% ରଖି ତୃତୀୟ ସ୍ଥାନ ଅଧିକାର କରିପାରିଛନ୍ତି । ପ୍ରାୟ ୨୫ରୁ ଅଧିକ ଛାତ୍ରଛାତ୍ରୀ ୯୦% ନମ୍ବର ରଖି ଉତ୍ତିର୍ଣ୍ଣ ହୋଇଥିବା ବେଳେ ୧୦ରୁ ଅଧିକ ଛାତ୍ରଛାତ୍ରୀ ବିଭିନ୍ନ ବିଷୟରେ ୯୦%ରୁ ଅଧିକ ନମ୍ବର ରଖିଛନ୍ତି । ସ୍କୁଲର ଚେୟାରମେନ୍‌ ଡ. ବଦ୍ରିନାଥ ପଟ୍ଟନାୟକ, ଉପାଧ୍ୟକ୍ଷା ଡ. ନିବେଦିତା ପଟ୍ଟନାୟକ, ପ୍ରିନିସିପାଲ ଜୟଶ୍ରୀ ମହାପାତ୍ର, ମୁଖ୍ୟଶିକ୍ଷା ନିର୍ଦ୍ଦେଶିକା ଡ. ଗାୟତ୍ରୀ ମିଶ୍ର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉତ୍ତରୋତ୍ତର କାମନା କରିଛନ୍ତି । ଏହି ସଫଳତା ପାଇଁ ଅଭିଭାବକମାନେ ମଧ୍ୟ ଚେୟାରମ୍ୟାନ୍‌ ଡ. ବଦ୍ରିନାଥ ପଟ୍ଟନାୟକଙ୍କୁ ଏବଂ ବିଦ୍ୟାଳୟ ପରିଚାଳନା ବୋର୍ଡର ଅଧ୍ୟକ୍ଷ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.