ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ

ଆଠଗଡ : ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଆଠଗଡ ବନଖଣ୍ଡ ଅନ୍ତର୍ଗତ ଆଠଗଡ ରେଞ୍ଜର ତିଗିରିଆ ଗୋକର୍ଣ୍ଣଖାଲ ଗ୍ରାମରେ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ ଶନିବାର ସକାଳୁ ସକାଳୁ ଗାଁ ନିକଟରେ ଥିବା ନିଜ ଆମ୍ବ ବଗିଚାକୁ କରୁଣାକର ରାଉତ ଆମ୍ବ ଆଣିବା ପାଇଁ ଯାଇଥିଲେ । ଆମ୍ବ ବଗିଚା ପାଖରେ ଥିବା ଏକ ଜଙ୍ଗଲୀ ହାତୀ ଆକ୍ରମଣରେ କରୁଣାକର(୭୨)ଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଆଠଗଡ ରେଞ୍ଜର ଏବଂ ତିଗିରିଆ ପୋଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.