csstore

ଟିଟିଲାଗଡ଼ରେ ପୁଣି ମାତିଲେ ବାଇକ୍‌ ଲୁଟେରା : ବ୍ୟାଙ୍କ ଛକ ଗଣେଶ ମନ୍ଦିର ନିକଟରୁ ଝାମ୍ପି ନେଲେ ୩ ଲକ୍ଷ ଟଙ୍କା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ନ୍ୟୁ ମେଡିକାଲ ଦୋକାନର ମାଲିକ ଗୁରୁବାର ସକାଳ ପାଖାପାଖି ୯ଟା ସମୟରେ ନିଜ ଘରୁ ଦୋକାନକୁ ଆସୁଥିବା ବେଳେ ବ୍ୟାଙ୍କ ଛକଠାରେ ଥିବା ଗଣେଶ ମନ୍ଦିର ସମ୍ମୁଖରେ ବାଇକ୍‌ ରଖି ଭଗବାନଙ୍କୁ ନମସ୍କାର କରୁଥିବା ବେଳେ ପଲ୍ସର ବାଇକ୍‌ରେ ଦୁଇ ଜଣ ଯୁବକ ତାଙ୍କ ବାଇକ୍‌ରୁ ଟଙ୍କା ଧରି ଚମ୍ପଟ ମାରିଥିଲେ । ପାଖାପାଖି ୩ ଲକ୍ଷ ଟଙ୍କା ଥିଲା ବୋଲି ଜଣାପଡିଛି । ତେବେ ବହୁତ ଦିନ ପରେ ପୁଣି ଥରେ ଏହି ପଲ୍ସର ବାଇକ୍‌ ଗ୍ୟାଙ୍ଗ ଲୁଟେରାଙ୍କ ଏହି ଚୋରି ଘଟଣା ପରେ ଟିଟିଲାଗଡ଼ ବଣିକ ସଂଘ ଓ ସହରର ଅନ୍ୟାନ୍ୟ ସଙ୍ଘ ତରଫରୁ ଏହି ଗ୍ୟାଙ୍ଗକୁ ଧରିବାକୁ ପୋଲିସ ପଦକ୍ଷେପ ଗ୍ରହଣ କରୁ ବୋଲି ଦାବୀ ହେଉଛି । ସକାଳ ସମୟରେ ୩ ଲକ୍ଷ ଝ।ମ୍ପି ନେଇ ପଳାଇବା ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଳଟିଛି । ପରିତାପର ବିଷୟ ଯେ ଟିଟିଲାଗଡ଼ ପୌର ପରିଷଦ ତରଫରୁ ସବୁ ସ୍ଥାନରେ ସିସିଟିଭି ଲଗାଇବାକୁ କୁହାଯାଇଥିବା ବେଳେ ତାହା କେବଳ କାଗଜପତ୍ରରେ ସୀମିତ ହୋଇ ରହିଛି ବୋଲି ମତ ପ୍ରକାଶ ପାଇଛି । ତା’ ସାଙ୍ଗକୁ ପୋଲିସ ପ୍ରଶାସନକୁ ଏହି ଚୋରି କରିଥିବା ବାଇକ୍‌ ଲୁଟେରାଙ୍କୁ ଧରିବାକୁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.