csstore

ଛାତ୍ରଛାତ୍ରୀଙ୍କ ପାଇଁ ଦୁଇ ଦିନିଆ ଜୀବନ ଶିକ୍ଷା ଶିବିର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ କୌଶଳ, ଜୀବନର ଲକ୍ଷ୍ୟ ସ୍ଥିର ତଥା ଆତ୍ମାବିଶ୍ୱାସ ବଢାଇବା ଉଦ୍ଦେଶ୍ୟରେ ସ୍ୱେଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ଓ ଓଏସିଏସ୍ ଅଭିଯାନ ତରଫରୁ ଏକ ଦୁଇ ଦିନିଆ ତାଲିମ ଶିବିର ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଧର୍ମ ବିହାର କମ୍ୟୁନିଟି ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି ।

ଛାତ୍ରଛାତ୍ରୀ ମାନେ ନିଜ ବ୍ୟକ୍ତିଗତ ତଥା ବୃତ୍ତିଗତ ଲକ୍ଷ୍ୟ ସ୍ଥିର କରି କିପରି ତାହାର ଯୋଜନା ପ୍ରସ୍ତୁତ କରିବେ ତଥା ନିଜେ ଜଣେ ଜଣେ ଭଲ ମଣିଷ ହେବାର ଜ୍ଞାନ କୌଶଳ ଏହି କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା ।

ଓଏସିଏସ୍ ଅଭିଯାନ ତରଫରୁ ଜୀବନ କୋଚ୍ ମେହୁଲ ପଞ୍ଚଲ୍ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିବିରରେ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟରେ ପଢୁଥିବା ୨୫ ଜଣ ଛାତ୍ର ଓ ଛାତ୍ରୀ ଯୋଗ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ କିଟ୍ ସ୍କୁଲ ଅଫ୍ ରୁରାଲ ମେନେଜମେଣ୍ଟର ଅସୋସିଏଟ୍ ପ୍ରଫେସର ଡ. ଦେବାଶିଷ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହାଶକ୍ତି ଫାଉଣ୍ଡେସନର ପରିଚାଳନା ନିର୍ଦ୍ଦେଶକ ଯୁଗଳ କିଶୋର ପଟ୍ଟନାୟକ ଡାଇରେକ୍ଟର ମୋହନ ବଳିୟାର ସିଂହ, ସତ୍ୟ ନାରାୟଣ ମିଶ୍ର, ଆଦିତ୍ୟ ବିକ୍ରମ ରଥ, ଦେବେନ୍ଦ୍ର ସାମଲ, ମିତାଲି ମଧୁସ୍ମିତା ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ତେବେ ଏଠାରେ ସୂଚନାଯୋଗ୍ୟ ଯେ, ମହାଶକ୍ତି ଫାଉଣ୍ଡେସନ ତରଫରୁ ଓଡ଼ିଶାର ୧୫ଟି ଜିଲ୍ଲାରେ ଚାଷୀ, ମହିଳା ଏବଂ ଯୁବଗୋଷ୍ଠୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ୍ୟରତ ରହିଛି ଏବଂ ଆଗାମୀ ଦିନରେ ଏହିପରି ତାଲିମ କାର୍ଯ୍ୟକ୍ରମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଆଯୋଜନ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଥିଲା ।

jayashree
Leave A Reply

Your email address will not be published.