csstore

ପ୍ରାଚୀର ପତ୍ରିକା “ନୈବେଦ୍ୟ” ଉନ୍ମୋଚିତ

ତୁଷୁରା, (କେପିଏନ୍‌ଏସ୍‌) : ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରା ଠାରେ ୩ ତାରିଖଠାରୁ ଆରମ୍ଭ ହୋଇଥିବା ୧୦ ଦିନିଆ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିରର ନବମ ଦିବସରେ ଅଦ୍ୟ ଦିନ ୧୧ ମଇ ପୂର୍ବାହ୍ନରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ତୁଷୁରାର ପ୍ରାଚୀର ପତ୍ରିକା ନୈବେଦ୍ୟର ଗ୍ରୀଷ୍ମକାଳୀନ ବିଶେଷାଙ୍କ ଆଶୁକବି ହେମନ୍ତ ଦାଶଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି । ୨୦୦ ଜଣ ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରୁ ୧୪ ଜଣ ଗୁରୁଜୀ ଓ ୧୨ ଜଣ ଗୁରୁମା ସର୍ବମୋଟ ୨୬ ଜଣଙ୍କ ନିର୍ବାଚିତ ଲେଖା ସ୍ଥାନିତ ହୋଇଛି । ଏ ଅବସରରେ ସଂମ୍ଭାଗ ସଂଯୋଜକ ମାନନୀୟ ଜିତେନ୍ଦ୍ର କୁମାର ପଣ୍ଡା, ବିଭାଗ ନିରୀକ୍ଷକ ତଥା ପ୍ରାଚୀର ପତ୍ରିକା ସଂପାଦକ ଗୁପ୍ତେଶ୍ୱର ଥନାପତି, ସହ ବିଭାଗ ନିରୀକ୍ଷକ ମନୋରଞ୍ଜନ କର, ପ୍ରାନ୍ତ ନିରୀକ୍ଷକ ପ୍ରସନ୍ନ ବିଶ୍ଵାଳ, ବଲାଙ୍ଗିର ବିଭାଗ ନିରୀକ୍ଷକ ନରୋତ୍ତମ ମିଶ୍ର, ପ୍ରଧାନାଚାର୍ଯ୍ୟ ସୁଶୀଳ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ବଭୁତି ଭୂଷଣ ପଣ୍ଡା ସଂଯୋଜନା କରିଥିଲେ ।

jayashree
Leave A Reply

Your email address will not be published.