oom

ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ କାର୍‌ ଦୁର୍ଘଟଣାଗ୍ରସ୍ତ

jsmm

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ବୈଜଳସାଗର ଛକଠାରେ ଆଜି ସକାଳ ୮ ଟାରେ ଏକ ସଡ଼କ ଦୁର୍ଘଟଣା ଘଟିଯାଇଛି । ଅଳ୍ପକେ ବର୍ତ୍ତିଛନ୍ତି କାରରେ ଥିବା ଡ୍ରାଇଭର ସହ ସାତଜଣ ଯାତ୍ରୀ । ସୂଚନା ଅନୁଯାୟୀ କଣ୍ଟାବାଞ୍ଜିର ସଚୀନ ଜିନ୍ଦଲ ତାଙ୍କ ପରିବାର ସହ ଗୋଟିଏ ମାରୁତି ଆର୍ଟିଗା କାର ନଂ ଓଡି ୦୩ଏକ୍ସ ୧୭୯୮ରେ କଣ୍ଟାବାଞ୍ଜିରୁ ହରିଶଙ୍କର ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଉଥିବା ସମୟରେ ଡ୍ରାଇଭରଙ୍କୁ ନିଦ ଲାଗି ଯାଇଥିଲା ଫଳରେ ଖପ୍ରାଖୋଲ ଥାନା ଅନ୍ତର୍ଗତ ବୈଜଳସାଗର ଛକ ବୁଲାଣି ରାସ୍ତା କଡରେ ଥିବା ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ପାଖରେ ଥିବା ଚାଷ ଜମିରେ ଗାଡିଟି ପଡିଥିଲା । ଗାଡି ଭିତରେ ଡ୍ରାଇଭର ସମେତ ସାତଜଣ ଯାତ୍ରୀ ଥିବା ଜଣାପଡିଛି । ଛକରେ ଥିବା କିଛି ସ୍ଥାନୀୟ ଲୋକ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବିଭାଗକୁ ଖବର କରିବା ବେଳେ ଖପ୍ରାଖୋଲ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିଥିଲେ । ସମସ୍ତ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଥିବାରୁ ଭଗବାନଙ୍କୁ ପ୍ରାର୍ଥନା କରି ଧନ୍ୟବାଦ ଜଣାଉଥିବା ବେଳେ ଖପ୍ରାଖୋଲ ପୋଲିସ ଗାଡିକୁ ଜବତ କରି ଅଧିକ ତଦନ୍ତ କରୁଥିବା ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.