oom

ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ବିଶ୍ୱ ହାସ୍ୟ ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁସ୍ଥ ରହିବା ପାଇଁ ସୁସ୍ଥ ଖାଦ୍ୟ ଏବଂ ଉତ୍ତମ ଜୀବନଶୈଳୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଲୋକମାନେ ସୁସ୍ଥ ରହିବାକୁ ଅନେକ ପଦ୍ଧତି ଗ୍ରହଣ କରନ୍ତି । ଏହି ପଦ୍ଧତି ମଧ୍ୟରୁ ଗୋଟିଏ ହେଉଛି ହସ ଥେରାପି, ଯାହା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଲୋକମାନଙ୍କୁ ହସିବାକୁ ଉତ୍ସାହିତ କରିବା ଏବଂ ଏହା ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ’ ମାସରେ ହସ ଦିବସ ପାଳନ କରାଯାଏ । ବଲାଙ୍ଗିର ର ସାମାଜିକ ସଂସ୍ଥା ସହଯୋଗ ଫାଉଣ୍ଡେସନ୍ ପକ୍ଷରୁ ସ୍ଥାନୀୟ ନାରାୟଣ କଲୋନୀରେ ୧୫୦ରୁ ଅଧିକ ଛୁଆଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ନେଇ ବିଶ୍ୱ ହାସ୍ୟ ଦିବସ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ସମାପ୍ତି ପରେ ରନ୍ଧାଖାଦ୍ୟ ଏବଂ ମିଷ୍ଟାନ ବଣ୍ଟନ କରାଯାଇଥିଲା । ହସିବା ଦ୍ୱାରା ମାନସିକ, ମୋଟାପା ଏବଂ ନିଦ୍ରାହୀନତା ରୋଗ ଶୀଘ୍ର ଠିକ୍‌ ହୋଇଥାଏ ବୋଲି ଡାକ୍ତର ମାନେ ମତାମତା ଦେଇଥାନ୍ତି । ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ମିନର୍ଭା ଓଟୋମୋବାୱିଲସର କର୍ମଚାରୀ ଏବଂ ଆର୍ତତ୍ରାଣ ପାଢୀ, ନରସିଂହ ଅଗ୍ରୱାଲ, ପ୍ରଭାତ ଶ୍ରୀବାସ୍ତବ, ଆଶିଷ ଚୌଧୁରୀ, ଶିବ ଶଙ୍କର ମେହେର, ରାମ ଅବତାରଙ୍କ ବିଶେଷ ସହଯୋଗ ରହିଥିଲା । ସହଯୋଗ ଫାଉଣ୍ଡେସନ୍‌ର ସମ୍ପାଦିକା ପିଙ୍କି ମୋଦୀ ସୂଚନା ଦେଇଛନ୍ତି ଆଗାମୀ ଦିନରେ ଏଠାରେ ଏକ ସ୍ଵାସ୍ଥ୍ୟ ପରୀକ୍ଷା ଶିବିର କରାଯିବ ଏବଂ ଆଗାମୀ ଶନିବାର ଠାରୁ ହାଟପଦାପଡା ପାର୍କରେ ସକାଳୁ ୬ରୁ ୭ଟା ପର୍ଯ୍ୟନ୍ତ ‘ନିଜ ସ୍ଵାସ୍ଥ୍ୟ ନିଜ ହାତରେ’ ନାମକ ଏକ କାର୍ଯ୍ୟକ୍ରମ ପ୍ରତ୍ୟେକ ଶନିବାର ଦିନ ହେବ ।

jittmm
Leave A Reply

Your email address will not be published.