oom

ଜୁନିୟର ରେଡକ୍ରସ ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ଜୁନିୟର ରେଡକ୍ରସ ସୋସାଇଟି ତରଫରୁ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଶିକ୍ଷାଧିକାରୀ କେଶବ ମେହେର ଯୋଗ ଦେଇ ଏ ବର୍ଷର ବିଷୟବସ୍ତୁ କୌଣସି ଭେଦଭାବ ନ ରଖି ଲୋକଙ୍କୁ ସାହାଯ୍ୟ କରିବା ସମ୍ପର୍କରେ କହିବା ସହ ସ୍ୱାସ୍ଥ୍ୟ ସେବା ଓ ବିଶ୍ୱ ବନ୍ଧୁତା ଯୋଗୁଁ ରେଡକ୍ରସ ବିଶ୍ୱବିଦିତ । ଅନ୍ୟ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଜୁନିୟର ରେଡକ୍ରସ ସଂପାଦକ ଅନ୍ତର୍ଯ୍ୟାମୀ ବିଶ୍ୱାଲ ଯୋଗ ଦେଇ ରେଡକ୍ରସ ଦିବସ ପାଳିବାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ସୁବାଷ ଚନ୍ଦ୍ର ପଟେଲ ଆଗାମୀ ଦିନରେ ଜିଲ୍ଲା ଜୁନିୟର ରେଡକ୍ରସ କାøର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ କାଉନସିଲରମାନଙ୍କୁ ଆହ୍ୱାନ ଦେଇଥିଲେ । ପରେ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପଥିକମାନଙ୍କୁ ଅଂଶୁଘାତ ପ୍ରତି ସଚେତନତା କରାଯିବା ସହିତ ଦହି ପାଣି ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ରାଜ୍ୟ ସାଧନ କର୍ମୀ ବିକାଶ ରଂଜନ ସାହୁ ପରିଚାଳନା କରିଥିବା ବେଳେ ଟାଉନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ କାଉନସିଲର ଦିଗାମ୍ବର ନାଏକ, ରବିନ୍ଦ୍ର ଠେଟୁଆଲ, ରାମ ନାରାୟଣ ଦାଶ, ରଂଜିତ ମିଶ୍ର, ପ୍ରଭାକର ଛନ୍ଦ, ଡୁଲେଶ୍ୱର ବାରିକ, ରଂଜିତା ମିଶ୍ର, ଅରୁନ୍ଧତୀ ବଢେଇ, ଟୁନିତା ସାହୁ, ସୁରେନ୍ଦ୍ର ନାଏକ, ସଦାନନ୍ଦ ବାଘ, କୃଷ୍ଣଚନ୍ଦ୍ର ବାଗ, ସୁନିତା ପାଣିଗ୍ରାହୀ, ଝୁନିତା ଭୋଇ, ଟିକେ ଜାଲ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.