csstore

ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ଲେଖକ ସାମ୍ମୁଖ୍ୟର ମାସିକ ସାହିତ୍ୟ ଆସର ଛେଣ୍ଡ ସ୍ଥିତ ମଧୁସୂଦନ ପାଠାଗାରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଭୂପେନ ମହାପାତ୍ରଙ୍କ ସଭାପତିତ୍ୱ ଓ ନିରୁପମା ପତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଅଭୟ କୁମାର ଦାସ ମୁଖ୍ୟ ଅତିଥି, ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ମୁଖ୍ୟବକ୍ତା ଓ ଡ. ଅନ୍ତର୍ଜିତା ନାୟକ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କହିଲେ ଯେ ସାହିତ୍ୟ ସମାଜର ପରିପୂରକ । ସମାଜକୁ ଶୃଙ୍ଖଳିତ ଓ ଆନନ୍ଦମୟ କରିବାରେ ସାହିତ୍ୟର ଭୂମିକା ରହିଛି । ସେହିପରି ସାହିତ୍ୟ କିପରି ଆତ୍ମପ୍ରକାଶର ମାଧ୍ୟମ, ସୌନ୍ଦର୍ଯ୍ୟବୋଧ, ତ୍ୟାଗ ତିତିକ୍ଷା, ଜଗତର କଲ୍ୟାଣ କଥା ସଂପର୍କରେ ଆଲୋଚନା କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଡ. ଗୀତାଞ୍ଜଳି ପତ୍ରୀଙ୍କ ସଭାପତିତ୍ୱ ଓ କବି ସୁଶାନ୍ତ କୁମାର ନାୟକ ଓ କନକଲତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ କୁଞ୍ଜବିହାରୀ ରାଉତ, ଗୀତାରାଣୀ ବେହେରା, ଅର୍ଚ୍ଚନା ପାତ୍ର, ସାର୍ଥକ ସାହୁ, ପ୍ରତାପ ପଣ୍ଡା, ସୁଚିସ୍ମିତା ଦାଶ, ଉର୍ବଶୀ ଦାଶପତି, କରୁଣାକର ପାଟ୍ଟଶାଣୀ, ନିରୁପମା ପତି ପ୍ରମୁଖ କବିତା ପାଠ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫୁଲ୍ଲ ସାମଲ, ଡ. ରାମକୃଷ୍ଣ ବିଶ୍ୱାଳ, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ଅନିଲ ଦାଶ, ଡ. କିଶୋରୀ ଦାଶ, କୁଳମଣି ଦାସ, ବିଜୟ କୁମାର ବରାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.